ଓଡିଶା

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ ପାଳିତ

ଗଜପତି ଜିଲ୍ଲାର ଅଗ୍ରଣୀ ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ପାରଳାଖେମୁଣ୍ଡି  ନିକଟସ୍ଥ  ରାଣୀ ପେଣ୍ଠ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଶିଶୁ ଦିବସ ୨୦୨୫  ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଏକ ସଭାର ଆୟୋଜନ କରାଯିବା ସହିତ ଛୋଟ ଶିଶୁମାନଙ୍କର ନାଚ ପରିବେଷଣ କରାଯାଇଥିଲା। ଆଜିର ସଭାରେ ମୁଖ୍ୟ ଅତିଥି ଭାବରେ ସରପଞ୍ଚ ପି.ଅରୁଣା, ସମ୍ମାନିତ ଅତିଥି ଭାବେ ସାମ୍ବାଦିକା ରେଣୁବାଳା ବେହେରା,ଆକାଂକ୍ଷା ମହିଳା ସଙ୍ଗଠନ ର ସଭାନେତ୍ରୀ ଶ୍ରୀମତୀ ଆଶା ଲତା ପାଣିଗ୍ରାହୀ, ଉପଦେଷ୍ଟା ସ୍ଵର୍ଣ୍ଣପ୍ରଭା ପାଠି, ସଂପାଦିକା ମିନା କୁମାରୀ ଟହଲ, କୋଷାଧ୍ୟକ୍ଷ  ସରିତା ପାଣିଗ୍ରାହୀ, ସଦସ୍ୟା ପୁଷ୍ପା ଞଳୀ ପଣ୍ଡା, ଖିରାବ୍ଧି ତନୟା ପଣ୍ଡା, ଚିନ୍ମୟୀ ପଣ୍ଡା, ଅଙ୍ଗନବାଡି କର୍ମୀ ପି.ବିଜୟ ଲକ୍ଷ୍ମୀ ,ୟା.ସ୍ମୁତି, ପି .ମିନାକ୍ଷୀ, ତେଜା ବତି ନାୟକ,ଟି.ସୁକନ୍ୟା, ଉପସ୍ଥିତ ରହି ଶିଶୁ ଦିବସ ର ମହତ୍ଵ ଓ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଙ୍କ ସ୍ମୃତି ଚାରଣ କରିଥିଲେ। ଶିଶୁ ମାନଙ୍କ ର ଶିକ୍ଷା, ସ୍ଵାସ୍ଥ୍ୟ ଓ ଯତ୍ନ ଉପରେ ଆଲୋକପାତ କରାଯାଇଥିଲା। ଏ ସମସ୍ତ କାର୍ଯ୍ୟ କ୍ରମ ଚଉଦ ଟି ଅଙ୍ଗନବାଡି କେନ୍ଦ୍ର ର ଦିଦି ମାନଙ୍କ ଉପସ୍ଥିତି ଯୋଗୁଁ ସଫଳତ ହୋଇପାରିଥିଲା। ସର୍ବ ଶେଷ ରେ ଆକାଂକ୍ଷା ମହିଳା ସଙ୍ଗଠନ ତରଫରୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରାଯାଇ ସଭା ସାଙ୍ଗ କରା ଯାଇଥିଲା ।

Related posts

ଏତେ ସବୁ ପରେ ନିଜକୁ ନିର୍ଦ୍ଦୋଶ କହୁଛନ୍ତି ଆକାଶ

mahabharatanews

ମର୍ମନ୍ତୁଦ ଦୁର୍ଘଟଣାରେ ଯୁବକ ଚାରି ଗୁରୁତର

mahabharatanews

ଗାଁରେ ମାତିଛି ଜଙ୍ଗଲି ଭାଲୁ, ଲୋକେ ଆତଙ୍କିତ

mahabharatanews