ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବା ଘଟଣାରେ ଗୃହମନ୍ତ୍ରୀ ଅମିତ ଶାହା ପାକିସ୍ତାନକୁ ଖୋଲା ଚେତାବନୀ ଦେଇଛନ୍ତି । ପାକିସ୍ତାନ ତାର ଆତଙ୍କବାଦୀ ଗତିବିଧିରୁ କ୍ଷାନ୍ତ ନ ହେଲେ ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ୍ ପାଇଁ ପ୍ରସ୍ତୁତ ରହୁ । ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କର ସାଧାରଣ ଲୋକଙ୍କ ଉପରେ ଜୁଲମକୁ ନେଇ ଭାରତ ନିରବ ବସିବ ନାହିଁ । ଭାରତ କଡା ଜବାବ ଦେବ ବୋଲି ଶାହା କହିଛନ୍ତି ।
ଶାହା କହିଛନ୍ତି, ୨୦୧୬ର ସର୍ଜିକାଲ ଷ୍ଟ୍ରାଇ ମାଧ୍ୟମରେ ଭାରତ ଦର୍ଶାଇଥିଲା ଆମେ କେବେ ଆତଙ୍କବାଦୀ ଆକ୍ରମଣକୁ ବରଦାସ୍ତ କରିବୁ ନାହିଁ । ପାକିସ୍ତାନ ଆତଙ୍କୀ ଗତିବିଧିରୁ ନିବୃତ୍ତ ନ ହେଲେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ କରାଯିବ । ଭାରତୀୟ ସୀମାରେ କେହି କିଛି ବେଆଇନ୍ କାର୍ୟ୍ୟକଳାପ କରିପାରିବେ ନାହିଁ । ପୂର୍ବ ସ୍ଥିତିରେ ପରିବର୍ତ୍ତନ ଆସିଛି । ଆଉ ଆଲୋଚନା ପାଇଁ ବାଟ ନାହିଁ ବୋଲି ଶାହା ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।
ଗତକିଛି ମାସ ହେବ କାଶ୍ମୀରରେ ଅ।।ତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ସେଠାକାର ନିରୀହ ଜନତାଙ୍କୁ ଆତଙ୍କବାଦୀ ଟାର୍ଗେଟ କରୁଛନ୍ତି, ହତ୍ୟା କରୁଛନ୍ତି । ଅନ୍ୟପଟେ ଗତ କିଛି ଦିନ ପୂର୍ବରୁ ଦିଲ୍ଲୀରୁ ଜଣେ ଆତଙ୍କବାଦୀ ଧରାପଡିବାକୁ ଗୁରୁତର ସହ ନେଇଛି କେନ୍ଦ୍ର ।