Uncategorized

ଆତ୍ମଘାତୀ ଆକ୍ରମଣ: ଆଫଗାନିସ୍ତାନରେ ୯ ମୃତ

କାବୁଲ: ଆଫଗାନିସ୍ତାନର ପୂର୍ବ ଲୋଗାର ଅଞ୍ଚଳରେ ଗତକାଲି ଏକ ଆତ୍ମଘାତୀ ଆକ୍ରମଣରେ ୯ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ ଜଣ ଗୁରୁତର ଆହତ ହୋଇଛନ୍ତି । ଅଞ୍ଚଳରେ ଥିବା ଏକ ଥାନାକୁ ଟାର୍ଗେଟ କରାଯାଇଥିଲା । ଏବେ ସୁଦ୍ଧା କୌଣସି ସଂସ୍ଥା ନିଜକୁ ଦାୟୀ କରିନାହିଁ । ଗୃହ ମନ୍ତ୍ରାଳୟ ପ୍ରବକ୍ତା ତାରିକ ଏରିୟନ ଆଗରୁ କହିଛନ୍ତି ଯେ, ଆକ୍ରମଣରେ ଅଧିକାଂଶ ସାଧାରଣ ନାଗରିକ ଆହତ ଓ ନିହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୬ଜଣ ପୋଲିସକର୍ମୀ ଓ ୩ ଜଣ ସାଧାରଣ ନାଗରିକ ଅଛନ୍ତି । ଆହତଙ୍କ ମଧ୍ୟରେ ଅଧିକାଂଶ ସାଧାରଣ ନାଗରିକ ଶିଶୁ ଅଛନ୍ତି ।
ଇଦ- ଉଲ-ଅଜହାର ଦିନେ ପୂର୍ବରୁ ହୋଇଥିବା ଏହି ଆକ୍ରମଣ ପାଇଁ ତାଲିବାନ ନିଜକୁ ଦାୟୀ କରିନାହିଁ । ଇଦ ପାଇଁ ତାଲିବାନ ୩ ଦିନ ପାଇଁ ସଂଘର୍ଷବିରାମ ଘୋଷଣା କରିଥିଲା । ତାଲିବାନ ପ୍ରବକ୍ତା ଜବିହୁଲ୍ଲା ମୁଜାହିଦ କହିଛନ୍ତି ଯେ ସଂଘର୍ଷବିରାମ ଜାରି ରହିଛି । ତେଣୁ ଏହି ଆକ୍ରମଣ ପାଇଁ ସେ ଗୁଇନ୍ଦା ସଂସ୍ଥାକୁ ଦାୟୀ କରିଛନ୍ତି ଏବଂ କହିଛନ୍ତି ଯେ ଗୁଇନ୍ଦା ସଂସ୍ଥା ଚାହୁଁଛନ୍ତି ଯେ ଆଫଗାନିସ୍ତାନରେ ସଂଗ୍ରାମ ଜାରି ରହୁ ।

Related posts

ସୋନିଆ, ରାହୁଲଙ୍କ ନାମରେ ସୁପ୍ରିମ କୋର୍ଟରେ ମାମଲା

mahabharatanews

ଏହି ଗାଁରେ କେବେ ବି ହୋଇନଥାଏ ବର୍ଷା

mahabharatanews

ଲାଫିଙ୍ଗ୍ ବୁଦ୍ଧ ଜୀବନରେ ଭରିଦିଏ ସମୃଦ୍ଧି

mahabharatanews