ଓଡିଶା

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

(ମହାଭାରତ, ପିପିଲି): ପିପିଲି ଥାନା ପରିସରରେ ‘ଆମ ପୋଲିସ ସମିତି’ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈ÷ଠକରେ ପିପିଲି ଏସଡିପିଓ ଦେବଦତ ବରାଳ ଓ ଆଇଆଇସି ଶରତ କୁମାର ସାହୁ, ସମିତିର ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ । ବିକ୍ରମ ସିଂହଙ୍କ ବୈଠରେ ସଭାପତିତ୍ୱ କରିଥିଲେ । ପିପିଲି ହାଟତୋଳି ସମେତ କଂଟି, କାକୁଡିଆ, ମଙ୍ଗଳପୁର, ସାତସଙ୍ଖ ଆଦି ଅଞ୍ଚଳରେ ବ୍ରାଉନସୁଗାର ବିକ୍ରି ଦିନକୁ ଦିନ ବଢି ଚାଲୁଥିବାରୁ ଏହାକୁ ରୋକିବା ପାଇଁ ବୈଠକରେ ଉଦ୍ବେଗ ପ୍ରକାଶ ପାଇଥିଲା । ଏହି ଧଳାଜହର ବିକ୍ରି କରୁଥିବା ବ୍ୟବସାୟୀମାନଙ୍କ ଉପରେ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ନେଉ ବୋଲି ବୈ÷ଠକରେ ଉପସ୍ଥିତ ବୁଦ୍ଧିଜୀବି ଓ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ । ଏହା ବ୍ୟତୀତ ଅପରାଧିକ କାର୍ଯ୍ୟକଳାପକୁ ନେଇ ଜନତାଙ୍କ ତରଫରୁ ଆସିଥିବା ସମସ୍ତ ଦାବି, ଅଭିଯୋଗ ଗୁଡିକ ବିଷୟରେ ଜିଲ୍ଲା ଏସପିଙ୍କୁ ଅବଗତ କରାଯିବା ସହିତ ସେଗୁଡିକର ସମାଧାନ ପାଇଁ ପୋଲିସ ପକ୍ଷରୁ ପଦକ୍ଷେପ ନିଆଯିବ । ଏଥିସହ ଜନତାଙ୍କ ନିମନ୍ତେ ପୋଲିସ ପକ୍ଷରୁ ସୂଚନା ଆଦାନ ପ୍ରଦାନ ପାଇଁ ଖୁବଶୀଘ୍ର ‘ଆମ ପୋଲିସ ସମିତି ହ୍ୱାଟ୍ସଆପ୍ ଗ୍ରୁପ’ ଖୋଲାଯିବ ବୋଲି ପିପିଲି ଥାନାଧିକାରୀ କହିଛନ୍ତି ।

Related posts

ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀରେ ତଥ୍ୟ ପ୍ରମାଣ ସହ ଚାର୍ଜସିଟ୍‌ ଦାଖଲ କଲା ସିବିଆଇ

mahabharatanews

ସନ୍ଦେହ ଜନକ ଅବସ୍ଥାରେ ଯୁବକର ମୃତଦେହ ଉଦ୍ଧାର

mahabharatanews

୩ଶହ ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା; ୨୫୫ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews