ଓଡିଶା

ଆସନ୍ତାକାଲିଠୁ ଡାକ୍ତରୀ ନାମଲେଖା ପଞ୍ଜିକରଣ 

(ଭୁବନେଶ୍ୱର) : ଆସନ୍ତା ୮ ତାରିଖରୁ ଓଜେଇଇ ୱେବସାଇଟରେ ଆରମ୍ଭ ହେବ ପଞ୍ଜୀକରଣ  । ରାଜ୍ୟର ବିଭିନ୍ନ ସରକାରୀ ଓ ଘରୋଇ ମେଡିକାଲ୍‌ କଲେଜରେ ଏମ୍‌ବିବିଏସ୍‌,  ବିଡିଏସ୍‌ ପଢ଼ିବା ପାଇଁ ଆସନ୍ତା ୮ ତାରିଖରୁ ଓଜେଇଇ ୱେବସାଇଟରେ  ପଞ୍ଜୀକରଣ ଆରମ୍ଭ ହେବ । ଏହାସହ  ଆଶାୟୀ ଛାତ୍ରଛାତ୍ରୀମାନେ ଚଏସ୍‌ ଫିଲିଂ  କରିପାରିବେ । ୧୦ ତାରିଖ ସନ୍ଧ୍ୟା ୫ଟା ବେଳକୁ ମକ୍‌ ସିଟ୍‌ ଆଲଟମେଣ୍ଟ୍‌ ତାଲିକା ପ୍ରକାଶ ପାଇବ । ୧୧ ତାରିଖ ଦିନ ୧୧ଟା  ବେଳକୁ ଚଏସ୍‌ ଲକିଂ ଆରମ୍ଭ ହେବ । ଯାହା ୧୨ଟା ସୁଦ୍ଧା ସରିବ ।  ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ବଳକା  ସିଟ୍‌ଗୁଡ଼ିକର ନାମଲେଖା ନେଇ ବିଜ୍ଞପ୍ତି  ପ୍ରକାଶ ପାଇବ ବୋଲି ଓଜେଇଇ ଅଧ୍ୟକ୍ଷ  ସୂଚନା ଦେଇଛନ୍ତି ।

ସୂଚନାନୁଯାୟୀ, ପ୍ରଥମ  ପର୍ଯ୍ୟାୟ ସିଟ୍‌ ଆଲଟମେଣ୍ଟ ୧୩ ତାରିଖ  ସନ୍ଧ୍ୟା ୫ଟାରେ ପ୍ରକାଶ ପାଇବ । ୧୫  ତାରିଖ ୧୦ଟାରୁ ୧୬ ତାରିଖ ସନ୍ଧ୍ୟା  ୫ଟା ପର୍ଯ୍ୟନ୍ତ ଓଜେଇଇ ମୁଖ୍ୟାଳୟରେ  ରିପୋର୍ଟିଂ ଓ ପ୍ରୋଭିଜନାଲ୍‌ ଆଡମିଶନ୍‌  ହେବ । ସମସ୍ତ ପ୍ରକ୍ରିୟା ୨୦ ତାରିଖ ସୁଦ୍ଧା  ଶେଷ କରିବାକୁ ଓଜେଇଇ କର୍ତ୍ତୃପକ୍ଷ  ସ୍ଥିର କରିଛନ୍ତି । ନାମଲେଖା ପ୍ରକ୍ରିୟାର  ବିସ୍ତୃତ ତଥ୍ୟ ୱେବସାଇଟରେ ରହିଛି।

Related posts

ଲକଡାଉନ ଯୋଗୁଁ ସାଇକେଲରେ ନରସିଂହ ପୁର ପହଞ୍ଚିଲେ ପ୍ରବାସୀ

mahabharatanews

କୋଭିଡରେ ରାଜ୍ୟରେ ଅନାଥ ହୋଇଛନ୍ତି ୨୪,୪୦୫ ଶିଶୁ

mahabharatanews

ଡବଲ ଇଞ୍ଜିନ୍ ଡବଲ ନୈରାଶ୍ୟ: ନବୀନ

mahabharatanews