Uncategorized

ଆସନ୍ତୁ ଜାଣିବା କେଉଁ ରଙ୍ଗରେ ହୋଲି ଖେଳିବା

ମେଷ- ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଲାଲ ଓ ଗୋଲାପୀ ରଙ୍ଗ ସର୍ବୋକୃଷ୍ଟ । ଗୋଲାପୀ ରଙ୍ଗ ଉର୍ଜା ସଞ୍ଚାର କରିବା ସହ ଆଖିକୁ ଶୀତଳତା ପ୍ରଦାନ କରିଥାଏ । ଲାଲ ରଙ୍ଗ ଉତ୍ସାହ,ସାହସ ଓ ବିଜୟର ପ୍ରତୀକ ।
ବୃଷ: ବୃଷ ରାଶିର ବ୍ୟକ୍ତି ଧଳା ଓ କ୍ରିମ ରଙ୍ଗର ହୋଲି ଖେଲିବା ଶୁଭ । ଏହାକୁ ସକାରାତ୍ମକ ପ୍ରତୀକ ବୋଲି କୁହାଯାଏ ।
ମିଥୁନ: ଏହି ରାଶି ପାଇଁ ସବୁଜ ଓ ହଳଦିଆ ରଙ୍ଗ ଶୁଭ ।
କର୍କଟ: କର୍କଟ ରାଶିର ଲୋକଙ୍କ ପାଇଁ ବି ଧଳା ରଙ୍ଗ ଓ କ୍ରିମ ରଙ୍ଗ ବେଶ ଶୁଭ । ଧଳା ରଙ୍ଗ ମସ୍ତିଷ୍କ ଓ ମନକୁ ଶୁଦ୍ଧ ରଖିଥାଏ । ଏହି ରଙ୍ଗ ଶାନ୍ତିର ବି ପ୍ରତୀକ ।
ସିଂହ: ଏହି ରାଶିର ବ୍ୟକ୍ତିଙ୍କ ପାଇଁ ହଳଦିଆ ଓ କେଶରୀ ରଙ୍ଗ ଶୁଭଙ୍କର ।
କନ୍ୟା: ଏହି ରାଶିର ବ୍ୟକ୍ତି ସବୁଜ ରଙ୍ଗରେ ହୋଲି ଖେଳିବା ଭଲ । ଏହି ରଙ୍ଗ ଉଦାସପଣ ଦୂର କରି ଲୋକଙ୍କ ମନରେ ଖୁସି ଭରିଥାଏ ।
ତୁଳା: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଧଳା ଓ ହଳଦିଆ ରଙ୍ଗ ଶୁଭ । ହଳଦିଆ ସମୃଦ୍ଧି ଓ ଧଳା ଶାନ୍ତିର ପ୍ରତୀକ ।
ବିଛା: ବିଛା ରାଶିର ଲୋକଙ୍କ ପାଇଁ ଲାଲ ଓ ଗୋଲାପୀ ରଙ୍ଗ ଶୁଭ ।
ଧନୁ: ଏହି ରାଶିର ଲୋକଙ୍କ ପାଇଁ ଲାଲ ଓ ହଳଦିଆ ରଙ୍ଗ ସର୍ବୋତ୍ତମ । ହଳଦିଆ ରଙ୍ଗ ଖୁସିର ଭାବ ଉତ୍ପନ୍ନ କରିବା ବେଳେ ଲାଲ ରଙ୍ଗ ମଙ୍ଗଳକାରୀ ବୋଲି ମଣାଯାଏ ।
ମକର: ମକର ରାଶି ପାଇଁ ନୀଳ ଓ ସବୁଜ ରଙ୍ଗ ଶୁଭଙ୍କର । ସବୁଜ ରଙ୍ଗ ସୁଖ,ଶାନ୍ତିର ବାତାବରଣ ସୃଷ୍ଟି କରିଥାଏ । ନୀଳ ରଙ୍ଗକୁ ଧର୍ମ ଓ ଧୈର୍ଯ୍ୟର ରଙ୍ଗ ଭାବେ ଧରାଯାଏ ।
କୁମ୍ଭ: ଏହି ରାଶି ପାଇଁ ନୀଳ ରଙ୍ଗ ଶୁଭ ।
ମୀନ: ଏହି ରାଶିର ବ୍ୟକ୍ତି ଧନ,ଭୌତିକ ସୁଖ ଓ ସମୃଦ୍ଧିର ପ୍ରତୀକ ହଳଦିଆ ଓ ଲାଲ ରଙ୍ଗରେ ହୋଲି ଖେଳିବା ଉଚିତ ।

Related posts

ତୈଳବାହୀ ଜାହାଜରେ ନିଆଁ, ୨ ଭାରତୀୟ ନାବିକ ମୃତ

mahabharatanews

ମହାରାଷ୍ଟ୍ର: ୭୧୪ ପୁଲିସ ସଂକ୍ରମିତ

mahabharatanews

ମିରଟ: ସ୍ୱାଇନ ପ୍ଲୁରେ ୮ ମୃତ୍ୟୁ

mahabharatanews

Leave a Comment