ନୂଆଦିଲ୍ଲୀ: ଦେଶର ଉତ୍ତରାଞ୍ଚଳରେ ଶୀତ ପ୍ରକୋପ ବଢିବାରେ ଲାଗିଛି । ଦିଲ୍ଲୀ ହରିୟାଣା, ଉତ୍ତର ପ୍ରଦେଶ ସମେତ ଉତ୍ତର ଭାରତରେ ଶୀତ ପ୍ରକୋପ ବଢିଚାଲିଛି । ଅଗାମୀ ଦୁଇ ଦିନରେ ଏହା ଆହୁରି ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେବେ ପ୍ରବଳ ଶୀତ ଯୋଗୁ ଉତ୍ତର ପ୍ରଦେଶରେ ଏପର୍ଯ୍ୟନ୍ତ ୪୦ ଜଣଙ୍କ ମୃତ୍ୟୁ ହେଲାଣି । ମଧ୍ୟ ଉତ୍ତର ପ୍ରଦେଶ ଓ ବୁନ୍ଦେଲଖଣ୍ଡରେ ୧୭ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ କାନପୁରରେ ୧୦ ଜଣ, ଫତେହପୁର, ବାନ୍ଦ୍ରା, ପ୍ରତାପଗଡ, ରାମପୁର ଓ ଐରୋୟାରେ ଜଣେ ଲେଖା ମୃତ୍ୟୁବରଣ କରିଛନ୍ତି । ସେହିପରି ଭଦୋହୀ ଅଞ୍ଚଳରେ ୨ ଜଣ, ବଲିୟା, ଜୌନପୁର, ବରାଣସୀରେ ଜଣେ ଲେଖା ଙ୍କ ମୃତ୍ୟୁୁ ହୋଇଛି ।
ବୁନେ୍ଧଲଖଣ୍ଡର ତାପମାତ୍ରା ୩ ଡିଗ୍ରୀ ତଳେ ଥିବା ବେଳେ ବହରାଇଚରେ ସବୁଠାରୁ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଉତ୍ତର ଭାରତରେ ଆଉ କିଛି ଦିନ ଏହି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଉଛି । କୁହୁଡି ଯୋଗୁଁ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଝାନ୍ସି, ଲକ୍ଷେ୍ନø ଇଣ୍ଟରସିଟି ଏକ୍ସପ୍ରେସକୁ ଆଜିଠାରୁ ୨୮ ପର୍ଯ୍ୟନ୍ତ ବାତିଲ କରାଯାଇଛି । ସେହିପରି ୮ବିମାନ ଉଡାଣକୁ ବାତିଲ କରାଯାଇଥିବା ବେଳେ ୧୧ ବିମାନର ଉଡାଣ ପଥ ପରିବର୍ତ୍ତନ କରାଯାଇଛି ।