Uncategorized

ଯବାନଙ୍କ ଦ୍ୱାରା ବଡଦିନ ପାଳନ

ଶ୍ରୀନଗର: ଆଜି ସାରା ବିଶ୍ୱ ବଡ଼ଦିନ ପାଳନ କରୁଛି । ଭାରତରେ ମଧ୍ୟ ବଡ଼ଦିନକୁ ନେଇ ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମମାନ ରହିଛି । ଏହି କ୍ରମରେ ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରିଛନ୍ତି ।

ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡଦିନ ପାଳନ କରିଛନ୍ତି । ବରଫରେ ମନୋରମ ସାନ୍ତାକ୍ଲଜ ତିଆରି କରିଛନ୍ତି । “ଜିଙ୍ଗଲ୍ ବେଲ୍’ ଗୀତକୁ ବୋଲିବା ସହିତ ନାଚକୁଦ ବି କରିଛନ୍ତି ସେଠାରେ ନିୟୋଜି ଯବାନମାନେ । ଜଣେ ଯବାନ ସାନ୍ତାକ୍ଲଜ୍ ପୋଷାକ ପିନ୍ଧି ଖୁସିରେ ନାଚିଛନ୍ତ । ଯବାନଙ୍କ ଦ୍ୱାରା ବଡ ଦିନ ପାଳନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

୨ ମିନିଟ୍ ୧୧ ସେକେଣ୍ଡର ଭିଡ଼ିଓକୁ ସୋସିଆଲ ମିଡିଆରେ ଦେଖାଯିବା ସହ ସେୟାର ଓ ପସନ୍ଦ କରୁଛନ୍ତି । ଏତେ ଶୀତରେ ବରଫାବୃତ ନିୟନ୍ତ୍ରଣ ରେଖାରେ ଯବାନଙ୍କ ବଡ ଦିନ ପାଳନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

Related posts

ଏସିଆର ପ୍ରଥମ ଧନୀ ହେଲେ ମୁକେଶ ଅମ୍ବାନୀ

mahabharatanews

ସାମ୍ବାଦିକଙ୍କୁ ‘କରୋନା ଯୋଦ୍ଧା’ ସମ୍ମାନ ନମିଳିବା ନେଇ ଉଦବେଗ

mahabharatanews

ଓଡିଶୀ ନୃତ୍ୟ କେନ୍ଦ୍ରର ବାର୍ଷିକ ଉତ୍ସବ

mahabharatanews