Uncategorized

ଏହିସବୁ କ୍ରିଷ୍ଟଲ ଦୂର କରିଥାଏ ଆପଣଙ୍କ ଜୀବନରୁ ଛୋଟ-ଛୋଟ ସମସ୍ୟା

(ମହାଭାରତ): ଫେଗସୁଇ ଅନୁଯାୟୀ ପ୍ରତ୍ୟେକ କ୍ରିଷ୍ଟଲର ନିଜର ମହତ୍ତ୍ୱ ଏବଂ ବ୍ୟବହାର କରିବାର ଉପାୟ ରହିଛି । ଯେପରିକି ଗୋଲାପି ରଙ୍ଗର ସ୍ପଟିକର ବ୍ୟବହାର ଜୀବନରେ ଭଲପାଇବା ପାଇଁ କରାଯାଇଥାଏ । ସେହିଭଳି ଏମିଥିଷ୍ଟ ଗଛର ବ୍ୟବହାର ମାନସିକ ଏବଂ ଆଧ୍ୟାତ୍ମିକ ଶାନ୍ତି ପାଇବା ପାଇଁ ବ୍ୟବହାର କରାଯାଇଥାଏ । ସେହିଭଳି ଫେଗସୁଇ କ୍ରିଷ୍ଟଲର ଏକ ଭିନ୍ନ ମହତ୍ତ୍ୱ ରହିଛି । ତେବେ ଆସନ୍ତୁ ଜାଣିବା ଏହିସବୁ କ୍ରିଷ୍ଟଲ ବ୍ୟବହାର କରିବା ଦ୍ୱାରା ଜୀବନରେ କି ପରିବର୍ତ୍ତନ ଘଟିଥାଏ ।
ଗୋଲାପ ରଙ୍ଗର ସ୍ପଟିକ:
ଗୋଲାପ ରଙ୍ଗର ସ୍ପଟିକର ବ୍ୟବହାର ଜୀବନରେ ଭଲପାଇବା ପାଇବା ପାଇଁ ବ୍ୟବହାର କରାଯାଇଥାଏ । ଯଦି ଆପଣ ଏହି ଜିନିଷକୁ ଘରର ଦକ୍ଷିଣ ଏବଂ ପଶ୍ଚିମ କୋଣରେ ରଖିଥାନ୍ତି ତେବେ ଆପଣ ବୈବାହିକ ଜୀବନ ସୁଖମୟ ହୋଇଥାଏ ।
ଅମିଥିଷ୍ଟ:
ଅମିଥିଷ୍ଟ ପର୍ପଲ ସେଡର ଏକ ପଥର । ଏହାକୁ ଧାର୍ମିକ ଷ୍ଟୋନ ମଧ୍ୟ କୁହାଯାଇଥାଏ,ଯାହାକୁ ଘରେ ରଖିବା ଆପଣଙ୍କ ପାଇଁ ଶୁଭ ହୋଇଥାଏ । ଏହି ଷ୍ଟୋନ ଘର ଲୋକଙ୍କୁ ସର୍ବଦା ସକାରାତ୍ମକ ଏବଂ କାର୍ଯ୍ୟକ୍ଷେତ୍ର ପ୍ରତି ଉଜାଗର ରଖିଥାଏ । ଯଦି ଆପଣଙ୍କ ଘରେ କାହାକୁ ଖରାପ ସ୍ୱପ୍ନ ଆସିଥାଏ ତେବେ ଶୋଇବା ସମୟରେ ତକିଆ ତଳେ ଏହି ଷ୍ଟୋନକୁ ରଖିଦିଅନ୍ତୁ । ଏହା ବ୍ୟତୀତ ଏହି ଷ୍ଟୋନ ଆପଣଙ୍କ ରାଗ ନିୟନ୍ତ୍ରିତ ରଖିବାରେ ସାହାଯ୍ୟ କରିଥାଏ ।
ଜେମ ଟ୍ରି:
ଜେମ ଟ୍ରି ଏକ ପ୍ରକାର ଛୋଟ ଗଛ,ଯେଉଁଥିରେ ଛୋଟ-ଛୋଟ ଅନେକ ମୂଲ୍ୟବାନ ଷ୍ଟୋନ ରହିଥାଏ । ଫେଗସୁଇ ଅନୁଯାୟୀ ଏହାର ବ୍ୟବହାର ରୋଗୀ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟବହାର କରାଯାଇଥାଏ । ଯଦି ଆପଣ ଘରର ଦକ୍ଷିଣ ଏବଂ ପଶ୍ଚିମ କୋଣରେ ଏହି ଗଛ ରଖିନ୍ତି ତେବେ ଏହା ଆପଣଙ୍କ ଜୀବନରେ ଶୁଭ ସଙ୍କେତ ଆସିଥାଏ । ସେହିଭଳି ଏହି ଗଛକୁ ଘରର ପୂର୍ବ-ପଶ୍ଚିମ ଦିଗରେ ରଖିବା ଦ୍ୱାରା ଆପଣଙ୍କ ମନରେ ଭବିଷ୍ୟତକୁ ନେଇ ମନର ଚିନ୍ତାକୁ ଶେଷ କରିଥାଏ ଏବଂ ଭବିଷ୍ୟତ ଉଜ୍ୱଳ କରିଥାଏ ।

Related posts

ବାଜପେୟୀ ଓ ମାଲବିୟ ଜୟନ୍ତୀରେ  ସଂସଦର କେନ୍ଦ୍ରୀୟ ହଲରେ ଶ୍ରଦ୍ଧାଞ୍ଜଳି ଅର୍ପଣ

mahabharatanews

ସୀମା ସେପାଖରେ ୨୫୦ରୁ ୩୦୦ ଆତଙ୍କବାଦୀ ଅନୁପ୍ରବେଶ ଯୋଜନା କରିଛନ୍ତି

mahabharatanews

ନଦୀରେ ଭାସୁଛି ୫୦ ମୃତଦେହ

mahabharatanews