Uncategorized

ଏହି ଦେଶରେ ଟ୍ରେନ ଓ ବସ ସେବା ମାଗଣା

(ମହାଭାରତ): ଦିଲ୍ଲୀରେ ମହିଳାମାନେ ବସରେ ବିଲକୁଲ ଫ୍ରିରେ ଯାତ୍ରା କରିପାରୁଛନ୍ତି । ଏହା ଆପଣମାନେ ନିଶ୍ଚିତ ଜାଣିଥିବେ । କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦୁନିଆରେ ଏମିତି ଏକ ଦେଶ ରହିଛି,ଯେଉଁଠି ଆସନ୍ତା ମାର୍ଚ୍ଚରୁ ସମସ୍ତ ନାଗରିକଙ୍କ ପାଇଁ ଯାତ୍ରା ମାଗଣା କରିଦିଆଯିବ । ଅର୍ଥାତ ଟ୍ରେନ ହେଉ ଅବା ବସ ଯାତ୍ରୀମାନେ ଏଥିରେ ମାଗଣାରେ ଯାତ୍ରା କରିପାରିବେ । ଏହା ଆପଣ ଜାଣି ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚିତ । କିନ୍ତୁ ଏହା ବିଲକୁଲ ସତ । ଏମିତି କରିବାରେ ପ୍ରଥମ ଦେଶ ହେବ ଲଗଜମବର୍ଗ ।

ଏହି ଦେଶ ୟୁରୋପର ସବୁଠାରୁ ଛୋଟ ଦେଶ କିନ୍ତୁ ବେଶ ଧନୀ । ଏାଂରେ ୨୦୨୦ରୁ ଟ୍ରେନ, ଟ୍ରାମ ଏବଂ ବସରେ ଯିବାକୁ ହେଲେ ଆପଣଙ୍କୁ କୌଣସି ପଇସା ଦେବାକୁ ପଡିବ ନାହିଁ । ଦେଶର ନାଗରିକଙ୍କୁ ପାଇଁ ପରିବହନର ସମସ୍ତ ସୁବିଧା ମାଗଣାରେ ଦିଆଯିବ । କେବଳ ଲଗଜମବର୍ଗ ନୁହେଁ ବରଂ ଏଠାକୁ ଆସୁଥିବା ସମସ୍ତ ପର୍ଯ୍ୟଟକ ମଧ୍ୟ ଏହାର ଫାଇଦା ଉଠାଇପାରିବେ ।

ସୂଚନାଯୋଗ୍ୟ,ଗତ ୨୦୧୮ ଶେଷରେ ଜୋଭିଅର ବେଟଲ ଲଗଜମବର୍ଗରର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନିର୍ବାଚନ ପ୍ରଚାର ସମୟରେ ସେ ଘୋଷଣା କରିଥିଲେ କି, ପବ୍ଲିକ ଟ୍ରାନ୍ସପୋର୍ଟକୁ ମାଗଣାରେ ନାଗରିକଙ୍କ ପାଇଁ ଯୋଗାଇଦେବେ । ଏଥିପାଇଁ ଏଠାରେ ଆସନ୍ତା ମାର୍ଚ୍ଚରୁ ଏହି ସୁବିଧା ଯୋଗାଇ ଦିଆଯାଉଛି ।

Related posts

ପରିମ ପୋରାରେ ଆତଙ୍କୀ ଆକ୍ରମଣ,ଜଣେ ଯବାନ ସହିଦ, ଦୁଇ ଆତଙ୍କବାଦୀ ନିହତ

mahabharatanews

ଜାମିଆ ହିଂସା ଘଟଣା, ଦିଲ୍ଲୀ ପୋଲିସର ଚାର୍ଜସିଟ୍ ଦାଖଲ, ଶରଜିଲ ଇମାମ୍ ‘ଉତ୍ତେଜନା ସୃଷ୍ଟିକାରୀ’

mahabharatanews

ଆତଙ୍କୀ ପାଣ୍ଠି ସଂଗ୍ରହ ମାମଲାରେ ହାଫିଜ ଦୋଷୀ ସାବ୍ୟସ୍ତ

mahabharatanews