ଓଡିଶା

ଓଏମଆରଏମର କରୋନା ସମ୍ପର୍କିତ ସଚେତନତା ଶିବିର

କେନ୍ଦ୍ରାପଡା: ଓଡିଶା ମୁସଲିମ ରିଜର୍ବେସନ ମୁଭମେଂଟ (ଓଏମଆରଏମ) ପକ୍ଷରୁ କରୋନା ଭୂତାଣୁ ସମ୍ପର୍କିତ ସଚେତନତା ଶିବିର ମଙ୍ଗଳବାର ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ବିଭିନ୍ନ ଛକ ଓ ବସ୍ତୀଗୁଡିକରେ ଅନୁଷ୍ଠିତ ହୋଇଯାଇଛି । ଓଏମଆରଏମ ଅଧ୍ୟକ୍ଷ ଡା. ସାମି ସଲିମଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ସାଧାରଣ ଜନତାଙ୍କୁ ମାସ୍କ ବଂଟନ କରାଯିବା ସହ କିଭଳି କରୋନା ଭୂତାଣୁ ସଂକ୍ରମଣରୁ ସୁରକ୍ଷା ପାଇପାରିବେ ସେ ସମ୍ପର୍କରେ ସେମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଲିମ ଖାନ, ସେକ ଲିଆକତ(ନସରୁ), ସେକ ସବିର, ସେକ ନସିମୁଦ୍ଦିନ, ସେକ ମେହେବୁବ, ସଇଦୁର ରହେମନ, ଚାନ୍ଦ ଖାନ, ଗୁଡନ ଖାନ, ସାବିର ଖାନ, ପୂର୍ଣ୍ଣଚନ୍ଦ୍ର ଭଦ୍ର, ଜିଲ୍ଲା ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିବା ସହ ୫ହଜାର ମେଡିକେଟେଡ ମାସ୍କ ବଂଟନ କରିଥିଲେ ।

Related posts

ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ ପଦ ସମ୍ଭାଳିବେ ଅନୁ ଗର୍ଗ

mahabharatanews

‘ଜିରୋ ଏଫ୍ ମିଶନ’ ଉପରେ ଗୁରୁତ୍ୱ 

mahabharatanews

ଆଗାମୀ ୩ ଘଣ୍ଟା ପାଇଁ ୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି 

mahabharatanews