ଭୁବନେଶ୍ୱର: ଓଡିଶା କମ୍ପ୍ୟୁଟର ଏକାଡେମି ସେଣ୍ଟର (ଓସିଏସି) ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଆଇଣ୍ଡ ଆଇଟି ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ନମ୍ବର ହ୍ୟାକ୍ । ହ୍ୱାଟ୍ସ ଆପ ହ୍ୟାକ କରି ହ୍ୟାକର ମନୋଜଙ୍କ ସମ୍ପର୍କୀୟଙ୍କୁ ତାଙ୍କ ନାମରେ ଟଙ୍କା ମାଗିବା ଅଭିଯୋଗ ହୋଇଛି । ଏପରିକି ମନୋଜଙ୍କ କିଛି ବନ୍ଧୁ ଓ ସମ୍ପର୍କୀୟ ୭ ଲକ୍ଷରୁ ଅଧିକ ଟଙ୍କା ଦେଇଥିବା ସୂଚନା ମିଳିଛି। ସେମାନେ ଏ ସମ୍ପର୍କରେ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦେଇଛନ୍ତି। ଏହା ଜଣା ପଡିବା ପରେ ମନୋଜ ଥାନାରେ ଏତଲା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ଏକ ଅଜଣା ନମ୍ବରରୁ ମନୋଜଙ୍କୁ କଲ ଆସିଥିଲା । ସେ ଫୋନ ରିସିଭ କରିଥିଲେ । କିନ୍ତୁ ସେପଟରୁ କୌଣସି ଉତ୍ତର ପାଇନଥିଲେ । ଫଳରେ ପ୍ରାୟ ୩୦ ସେକେଣ୍ଡ ପରେ କଲ ଡିସ୍କନେକ୍ଟ କରିଦେଇଥିଲେ । ପରେ ଜଣେ ସାଙ୍ଗ ତାଙ୍କୁ କଲ୍ କରି ମନୋଜଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ପଚାରି ବୁଝିବା ସହ ଟଙ୍କା ମାଗିବାର ମେସେଜ ସମ୍ପର୍କରେ ପଚାରି ବୁଝିଲେ । ସେତେବେଳେ ମନୋଜ ଜାଣିଲେ ତାଙ୍କ ନମ୍ବର ହ୍ୟାକ ହୋଇଛି । ଏନେଇ ସେ ଥାନାରେ ଅଭିଯୋଗ କରିଛନ୍ତି ।