ଅପରାଧ

କରୋନା ଗୁଜବ ପ୍ରଚାର କରି ଜଣେ ଗିରଫ

(ମହାଭାରତ, ରାୟଗଡା): ସୋସିଆଲ ମିଡିଆରେ କୋରୋନା ଗୁଜବ ସମ୍ପର୍କରେ ଗୁଜବ ପ୍ରଚାର କରୁଥିବା ଜଣେ ବ୍ୟକ୍ତିଙ୍କୁ ରାୟଗଡା ପୋଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ କନ୍ଧମାଳ ଜିଲ୍ଲା ବାଲିଗୁଡା ଅନ୍ତର୍ଗତ ନୁଆସାହିର ସତ୍ୟନାରାୟଣ ସାମଲ ବୋଲି ଜଣାପଡିଛି । ରାୟଗଡାରେ ଜଣେ କୋରୋନା ଆକ୍ରାନ୍ତ ପହଞ୍ଚିଥିବା ଏବଂ ସେ ଜଣେ କେରଳ ଫେରନ୍ତା ଦାଦନ ଶ୍ରମିକ ବୋଲି ବ୍ୟକ୍ତି ଜଣକ ସୋସିଆଲ ମିଡିଆରେ ମିଥ୍ୟା ପ୍ରଚାର କରିଥିଲେ । ଏହାକୁ ନେଇ ଲୋକେ ଭୟଭୀତ ହେବା ପରେ ତାଙ୍କୁ ରାୟଗଡା ଜିଲ୍ଲା ଆମ୍ବଦଳା ପୋଲିସ ଗିରଫ କରିଛି । ତେବେ ଗିରଫ ହେବା ପରେ ଏହି ଗୁଜବକୁ ସେ ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ କରିନାହାନ୍ତି । ତାଙ୍କ ହ୍ୱାଟ୍ସ ଆପ୍କୁ ଏହି ମେସେଜ୍ ଆସିଥିଲା । ଭବିଷ୍ୟତରେ କେହି ଏଥିରେ ଆକ୍ରାନ୍ତ ନ ହୁଅନ୍ତୁ ଓ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଉଦେ୍ଧଶ୍ୟରେ ସେ ଏହାକୁ ଫେସବୁକରେ ପୋଷ୍ଟ କରିଥିବା ପୋଲିସକୁ କହିଛନ୍ତି । ପୋଲିସ ଏନେଇ ତାଙ୍କୁ ଅଧିକ ପଚରାଉଚରା କରୁଥିବା ରାୟଗଡା ଏସପି ଶ୍ରର୍ବଣା ବିବେକ ସୂଚନା ଦେଇଛନ୍ତି । ପ୍ରକାଶଯୋଗ୍ୟ, ରାଜ୍ୟ ସରକାର କୋରୋନାକୁ ‘ରାଜ୍ୟ ବିପତ୍ତି’ ଘୋଷଣା କରିଛନ୍ତି । ମାର୍ଚ୍ଚ ୩୧ ଯାଏ ସମସ୍ତ ସ୍କୁଲ, କଲେଜ, ମଲ୍, ସିନେମା ହଲ୍, ସୁଇମିଂ ପୁଲ୍ ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ଭିତରେ ଏହି ମହାମାରୀକୁ ନେଇ ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Related posts

ଏକ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଗଞ୍ଜେଇ ଜବତ କଲା କୋରାପୁଟ ପୁଲିସ

mahabharatanews

ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଭିଜିଲାନସ କବଜାରେ

mahabharatanews

ରାଗରେ ଅନ୍ଧହୋଇ ଗଭବତୀ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ

mahabharatanews