ଓଡିଶା

ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଧୁଜୋରୀ ପଂଚାୟତ ଅଫିସରେ ଗଣତନ୍ତ୍ର ଦିବସ

ପବିତ୍ର ଗଣତନ୍ତ୍ର ଦିବସ ସାରା ଭାରତର ସ୍କୁଲ, କଲେଜ, ବିଭିନ୍ନ ଅନୁଷ୍ଠାନରେ ପାଳନ କରାଯାଉଛି। ଏହି ଉପଲକ୍ଷେ ସୁକିନ୍ଦା ବ୍ଲକ ଦୁଧୁଜୋରୀ ପଂଚାୟତ ମହାମାୟୀ ଉଚ୍ଚ ବିଦ୍ୟାଳୟ ପ୍ରାଥମିକ ବିଦ୍ୟାଳୟ ଏବଂ ଦୁଧୁଜୋରୀ ପଂଚାୟତ ଅଫିସରେ ପାଳନ କରାଯାଇଛି। ସ୍କୁଲର ପ୍ରଧାନ ଶିକ୍ଷକ ଶିବାନନ୍ଦ ବୋଷ ପତାକା ଉତ୍ତୋଳନ କରିଥିଲେ। ପଂଚାୟତ ଅଫିସରେ ଦୁଇ ସ୍କୁଲର ପ୍ରଧାନ ଶିକ୍ଷକ ଶିବାନନ୍ଦ ବୋଷ ଏବଂ ଗଣେଶ ରାଣା ପତାକା ଉତ୍ତୋଳନ କରିଥିଲେ।  ସକାଳ 6.30A M ସ୍କୁଲର ଛାତ୍ର ଛାତ୍ରୀମାନେ ଜାତୀୟ ସଂଗୀତ ଗାନ କରି ପ୍ରଭାତ ଫେରି କରିଥିଲେ। 8.30 ମିନିଟରେ ପତାକା ଉତ୍ତୋଳନ କରାଯାଇଥିଲା। ସମସ୍ତ ଛାତ୍ର ଛାତ୍ରୀମାନେ ଦେଶକୁ ସ୍ୱାଧୀନତା ଆଣିଥିବା ମହାପୁରୁଷମାନଙ୍କର ଜୟ ଧ୍ୱନି ପକାଇଥିଲେ। ଦୁଧୁଜୋରୀ ସରପଞ୍ଚ ଏବଂ ଦୁଇ ପ୍ରଧାନ ଶିକ୍ଷକ ଗଣତନ୍ତ୍ର ଦିବସ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ଦେଇ ନିଜକୁ ଜଣେ ଜଣେ ଭଲ ମଣିଷ ଓ ଦେଶଭକ୍ତଭାବେ ଗଢ଼ିତୋଳିବାକୁ ପରାମର୍ଶ ଦେଇଥିଲେ। ଶେଷରେ ସମସ୍ତେ ସେଉ ବୁନ୍ଦିଆ, ବିସ୍କୁଟ ଖାଇ ଘରକୁ ଫେରିଥିଲେ।

Related posts

କରୋନାରେ ଶିକ୍ଷକଙ୍କ ମୃତ୍ୟୁ

mahabharatanews

ବିଭିନ୍ନ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳଙ୍କ ଆଲୋଚନା

mahabharatanews

 ପ୍ରବଳ ବର୍ଷା ସମ୍ଭାବନା: ୫ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

mahabharatanews