Uncategorized

କରୋନା ମୃତ୍ୟୁ ବିଶ୍ୱରେ ୧ ଲକ୍ଷ ୯୭

ନୂଆଦିଲ୍ଲୀ: ମହାମାରୀ କରୋନା ସାରା ବିଶ୍ୱରେ ୧ ଲକ୍ଷ ୯୭ ହଜାର ଜୀବନ ନେଇ ସାରିଲାଣି । ଏହି ମୃତକଙ୍କ ମଧ୍ୟରେ ସର୍ବ ଶକ୍ତିଶାଳୀ ଆମେରିକାରର ୫୨ ହଜାର ୧୮୪ ସଂଖ୍ୟା ରହିଛି । ସମଗ୍ର ବିଶ୍ୱରେ ୨୮ ଲକ୍ଷ ୨୮ ହଜାର ୫୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ହୋଇଛି ୧ ଲକ୍ଷ ୯୭ ହଜାର ୯୦ । ସେମାନଙ୍କ ମଧ୍ୟରୁ ୭ ଲକ୍ଷ ୯୮ ହଜାର ୩୭୧ ଜଣ ସୁସ୍ଥ ହୋଇଥିବା ବେଳେ ୧୮ ଲକ୍ଷ ୩୩ ହଜାର ୧୧୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ମୋଟ ୫୮ ହଜାର ୫୩୧ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ ସବୁଠାରୁ ଉଦ୍ବେଗଜନକ ସ୍ଥିତିରେ ରହିଛି ଆମେରିକା । ସେଠାରେ ୯ ଲକ୍ଷ ୨୪ ହଜାର ୯୯୬ ଜଣ ସଂକ୍ରମିତ ଥିବା ବେଳେ ୧ ଲକ୍ଷ ୧୦ ହଜାର ୪୩୨ ଜଣ ସୁସ୍ଥ ହୋଇଛନ୍ତି । ସେହିଭଳି ୧୫ ହଜାର ୯୭ ଜଣଙ୍କ ଅବସ୍ଥା ଗୁରୁତର ଅଛି । ଆମେରିକା ପରେ ଇଟାଲୀରେ ଦ୍ୱିତୀୟ ସର୍ବାଧିକ ୨୫ ହଜାର ୯୬୯ ଜଣଙ୍କ ମୃତ୍ୟୁ ହୋଇଛି । ଏଠାରେ ୧ ଲକ୍ଷ ୯୨ ହଜାର ୯୯୪ ଜଣ ଆକ୍ରାନ୍ତ ଥିବା ବେଳେ ସ୍ପେନରେ କରୋନା ପଜିଟିଭ ସଂଖ୍ୟା ହେଉଛି ୨ ଲକ୍ଷ ୧୯ ହଜାର ୭୬୪ ଜଣ । ସ୍ପେନରେ ଏପର୍ୟ୍ୟନ୍ତ ୨୨ ହଜାର ୫୨୪ ଜଣଙ୍କ ମୃତ୍ୟୁ ହୋଇଛି । ଫ୍ରାନ୍ସରେ ୧ ଲକ୍ଷ ୫୯ ହଜାର ୮୨୮ ଜଣଙ୍କ ଆକ୍ରାନ୍ତ ହୋଇଥିବା ବେଳେ ୨୨ ହଜାର ୨୪୫ ହେଉଛି ମୃତକଙ୍କ ସଂଖ୍ୟା । ଜର୍ମାନୀରେ ୧ ଲକ୍ଷ ୫୪ ହଜାର ୯୯୯ ଜଣ ସଂକ୍ରମିତଙ୍କ ମଧ୍ୟରୁ ୫ ହଜାର ୭୬୦ ଜଣ ଜୀବନ ହାରିଛନ୍ତି । ସେହିଭଳି ବ୍ରିଟେନରେ ୧ ଲକ୍ଷ ୪୩ ହଜାର ୪୬୪ ଜଣ ସଂକ୍ରମିତ ଥିବା ବେଳେ ୧୯ ହଜାର ୫୦୬ ଜଣଙ୍କ ମୃତ୍ୟୁ ହୋଇଛି । ତୁର୍କୀରେ ୧ ଲକ୍ଷ ୪ ହଜାର ୯୧୨ ସଂକ୍ରମିତ ଥିବା ବେଳେ ମୃତକଙ୍କ ସଂଖ୍ୟା ହେଉଛି ୨ ହଜାର ୬୦୦ ରହିଛି ।

ଭାରତରେ ୨୪୫୦୬ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ବେଳେ ୭୭୫ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି, ୫୦୬୨ ଜଣ ସୁସ୍ଥ ହୋଇଛନ୍ତି ଓ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି ।

Related posts

ପୂର୍ବତନ ସିବିଆଇ ନିର୍ଦ୍ଦେଶକଙ୍କ ପରଲୋକ

mahabharatanews

ସିଏଏ ହିଂସାରେ ସାମିଲ ବିକ୍ଷୋଭକାରୀଙ୍କ ଚିହ୍ନଟ ଆରମ୍ଭ, ୯୨ ଗିରଫ

mahabharatanews

ତାଲିବାନ ଆକ୍ରମଣରେ ୨୦ ଆଫଗାନ ସୈନିକଙ୍କ ମୃତ୍ୟୁ

mahabharatanews