Uncategorized

ଦିଲ୍ଳୀ ଆଇଆଇଟି କୋଭିଡ-୧୯ ଟେଷ୍ଟ କିଟକୁ ଆଇସିଏମଆରର ଅନୁମୋଦନ

ନୂଆଦିଲ୍ଲୀ: ଦେଶରେ ମହାମାରୀ କରୋନା ସଂକ୍ରମଣ କାୟା ବିସ୍ତାର କରି ଚାଲିଛି । ସଂକ୍ରମିତଙ୍କ ସମୟ ଥାଇ ଚିହ୍ନଟ କରାଗଲେ ଚିକିତ୍ସା ଯୋଗାଇ ଦିଆଯିବା ସହ ଜୀବନ ବଞ୍ଚିପାରିବ । କିନ୍ତୁ ସଂକ୍ରମଣ ଚିହ୍ନଟ ପାଇଁ ଆବଶ୍ୟକ ହେଉଥିବା କିଟ୍ ଭାରତରେ ଆବଶ୍ୟକମୁତାବକ ନାହିଁ । ତେଣୁ ‘ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲଜି’(ଆଇଆଇଟି), ଦିଲ୍ଲୀ କୋଭିଡ-୧୯ ଟେଷ୍ଟ ପାଇଁ କିଟ ତିଆରି କରିଥିଲା, ଯାହାକୁ ‘ଇଣ୍ଡିଆନ୍ କାଉନ୍‌ସିଲ୍ ଅଫ୍ ମେଡିକାଲ୍ ରିସର୍ଚ(ଆଇସିଏମଆର)’ ଅନୁମୋଦନ ପ୍ରଦାନ କରିଛି ।

ଆଇଆଇଟି ଦିଲ୍ଲୀର କୁସୁମ ସ୍କୁଲ୍ ଅଫ୍ ବାୟୋଲୋଜିକାଲ୍ ସାଇନ୍ସେସ୍‌ର ଗବେଷକମାନଙ୍କ ଦ୍ବାରା ପ୍ରସ୍ତୁତ ଏହି କୋଭିଡ୍-୧୯ ଟେଷ୍ଟ୍ କିଟ୍‌କୁ ଆଇସଏମ୍‌ଆର୍‌ର ଅନୁମୋଦନ ମିଳିଛି। ଏଥିରେ ଶତପ୍ରତିଶତ ସେନ୍ସିଟିଭିଟି ଏବଂ ସ୍ପେସିଫିସିଟି ରହୁଥିବା କଥା ଆଇସିଏମ୍ଆର୍ କହିଛି। ଆଇଆଇଟି-ଦିଲ୍ଲୀର ପ୍ରଫେସର୍ ଭି ପେରୁମଲ୍ କହନ୍ତି, ଜାନୁଆରି ଶେଷ ଆଡ଼କୁ ଆମେ କାମ ଆରମ୍ଭ କରି ତିନି ମାସ ମଧ୍ୟରେ ଏହି କିଟ୍‌ ପ୍ରସ୍ତୁତ କରିଦେଲୁ। ଶସ୍ତାରେ ବହୁ ସଂଖ୍ୟାରେ ବ୍ୟବହାର କରିହେବା ଭଳି ନିଦାନ ବ୍ୟବସ୍ଥା କରିବାକୁ ଆମର ଇଚ୍ଛା ଥିଲା। ଏହା ହେଉଛି ଗୋଟାଏ ସ୍ବାବ୍‌ ଟେଷ୍ଟିଙ୍ଗ୍ କିଟ୍। ସମ୍ପ୍ରତି ଉପଲବ୍ଧ ସବୁ ପ୍ରକାର ଟେଷ୍ଟିଙ୍ଗ୍ ଉପକରଣ ଠାରୁ ଏହା ସୁଲଭ। ବ୍ୟାବସାୟିକ ଉତ୍ପାଦନ ନିମନ୍ତେ ମଧ୍ୟ ଏହି ଉପକରଣ ଶସ୍ତା ହେବ।

Related posts

ସିଏଏ ଭାରତର ଆଭ୍ୟନ୍ତରିଣ ବ୍ୟାପାର: ଚୀନ

mahabharatanews

ସି-୧୩୦ ବିମାନ ଦୁର୍ଘଟଣା: ୩ ପାଇଲଟଙ୍କ ମୃତ୍ୟୁ

mahabharatanews

କେନ୍ଦ୍ରର ନିର୍ଦ୍ଦେଶାବଳିକୁ କୋହଳ କରିପାରିବନି ରାଜ୍ୟ

mahabharatanews