ଓ୍ବାଶିଂଟନ: କରୋନା ସଂକ୍ରମଣ ଆହୁରି ୨ ବର୍ଷ ପର୍ୟ୍ୟନ୍ତ ରହିବ ବୋଲି ଆମେରିକା କହିଛି। ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ) କହିଥିଲା, ଆମକୁ ୨୦୨୨ ପର୍ଯ୍ୟନ୍ତ ସାମାଜିକ ଦୂରତ୍ୱ ରକ୍ଷା କରିବାକୁ ହେବ । ଏବେ ଆମେରିକା ସମାନ କଥା କହିଛି । ଆମେରିକାର ସେଣ୍ଟର ଫର୍ ଇନଫେକ୍ସିୟସ୍ ଡିଜିଜ୍ ରିସର୍ଚ୍ଚ ଆଣ୍ଡ୍ ପଲିସି (ସିଆଇଡିଆର୍ଏପି) ପକ୍ଷରୁ ପ୍ରକାଶିତ ଏକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି କି କରୋନା ସଂକ୍ରମଣର ଭୟ ଆହୁରି ୨ ବର୍ଷ ପର୍ଯ୍ୟନ୍ତ ରହିବ । ଏନେଇ ୩ ପ୍ରକାର ଆକଳନ କରାଯାଇଛି। ପ୍ରଥମତଃ ୨୦୨୧ ସୁଦ୍ଧା କରୋନା ସଂକ୍ରମଣ ପୃଥିବୀରୁ ଲୋପ ପାଇବାର ଆଶା ରହିଛି। ତେବେ ଏହା ବିଭିନ୍ନ ଦେଶର ଭୌଗୋଳିକ ସ୍ଥିତି ତଥା ପରିବେଶ ଉପରେ ମୁଖ୍ୟତଃ ନିର୍ଭର କରିବ । ଏଥିସହ ବିଭିନ୍ନ ଦେଶରେ କରୋନା ମୁକାବିଲା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ବିଶେଷ ଗୁରୁତ୍ୱ ବହନ କରିବ। ସେହିପରି ଦ୍ୱିତୀୟ ଆକଳନ ଅନୁସାରେ, ଅଧିକ ସଙ୍କଟଜନକ ସ୍ଥିତି କ୍ଷେତ୍ରରେ କରୋନା ସଂକ୍ରମଣ ୨୦୨୨ ପର୍ୟ୍ୟନ୍ତ ମଧ୍ୟ ରହିବ । ତୃତୀୟ ଆକଳନ ଅନୁସାରେ, ସାମ୍ପ୍ରତିକ ସ୍ଥିତିରେ ସୁଧାର ଆସିଲେ ସଂକ୍ରମଣ ହାର କମ୍ ରହିବ। ଏପରିସ୍ଥଳେ ସଂକ୍ରମଣ ଏକ ବର୍ଷ ମଧ୍ୟରେ ହୁଏତ ଲୋପ ପାଇବାର ଆଶା ଥିବା ରିପୋର୍ଟରେ ଉଲ୍ଲେଖ ରହିଛି ।
previous post