ଓଡିଶା

କଲଭର୍ଟରେ ପିଟି ହେଲା କାର, ୪ ଆହତ

(ମହାଭାରତ, ଭଣ୍ଡାରିପୋଖରୀ): ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଡାହାଲା ଛକ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏକ କାର ଭାରସାମ୍ୟ ହରାଇ କଲଭର୍ଟରେ ପିଟି ହେବା ଫଳରେ ଜଣେ ଶିଶୁ ସମେତ ୪ ଜଣ ଆହତ ହୋଇଛନ୍ତି । ସେମାନଙ୍କୁ ପ୍ରଥମେ ଭଣ୍ଡାରୀପୋଖରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ବ୍ୟକ୍ତିଙ୍କ ଘର ପଶ୍ଚିମବଙ୍ଗରେ ବୋଲି ଜଣାପଡିଛି । ଦୂର୍ଘଟଣାରେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଉଲ୍ଲେଖଯୋଗ୍ୟ, ଆଜି ସକାଳେ ସୋର କଲେଜ ଛକ ନିକଟରେ ଏକ ଅଟୋକୁ ଟ୍ରକ ଧକ୍କା ଦେବାରୁ ଜଣକର ମୃତ୍ୟୁ ହୋଇଥିଲା । ଏଥିରେ ୩ ଜଣ ଗୁରୁତର ହୋଇଥିଲେ ।

Related posts

ରାଜ୍ୟରେ ଆଉ ୧୪୩ କରୋନା ଚିହ୍ନଟ

mahabharatanews

ହାତୀ ଆକ୍ରମଣରେ ଯୁବକ ମୃତ

mahabharatanews

ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ଦମ୍ପତ୍ତି ଗୁରୁତର ସଙ୍କଟାପନ୍ନ: ମେଡିକାଲରେ ଭର୍ତ୍ତି

mahabharatanews