ଓଡିଶା

କାରରୁ ଗଞ୍ଜେଇ ଜବତ, ୩ ଗିରଫ

(ମହାଭାରତ, କୋରାପୁଟ): କୋରାପୁଟ ଜିଲ୍ଲା ଲମଟାପୁଟ ଦମକଳ କେନ୍ଦ୍ର ନିକଟରେ ଏକ କାରରୁ ପୋଲିସ ଗଞ୍ଜେଇ ଜବତ କରିଛି । ଏହି ଗଞ୍ଜେଇ ଚାଲାଣରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି । ସୂଚନା ଅନୁଯାୟୀ, ଗତ ସୋମବାର ରାତିରେ ମାଛକୁଣ୍ଡ ଓ ଲମଟାପୁଟ ପୋଲିସ ମିଳିତ ଭାବେ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ଏଠାରେ ଥିବା ଏକ ଇଣ୍ଡିଗୋ କାର ଉପରେ ପୋଲିସ ସନ୍ଦେହ କରିଥିଲା । ସର୍ଚ୍ଚ ଅପରେସନ ବେଳେ ଏକ ବସ୍ତାରେ ବିପୁଳ ମାତ୍ରାର ଗଞ୍ଜେଇ ଭର୍ତ୍ତି ହୋଇଥିବା ପୋଲିସ ଦେଖିବାକୁ ପାଇଥିଲା । ପୋଲିସର ଚଢାଉ ବେଳେ ପ୍ରାୟ ୯୦ କେଜି ଗଞ୍ଜେଇ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି ।

Related posts

ଅଚାନକ ବଦଳିଲା ପାଗ : ୨ ଜିଲ୍ଲାରେ  ପ୍ରବଳ ବର୍ଷା ସମ୍ଭାବନା  

mahabharatanews

ମୋରଡ଼ା ଓ ରାସଗୋବିନ୍ଦପୁର ବ୍ଲକର ୪୯ରୁ ଉର୍ଦ୍ଧ୍ବ ଗାଁରେ ବନ୍ୟା

mahabharatanews

୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

mahabharatanews