ଓଡିଶା

କାର ଦୁର୍ଘଟଣାଗ୍ରସ୍ତ, ୩ ଗୁରୁତର ଆହତ

(ମହାଭାରତ, ବାଲେଶ୍ୱର): ଶନିବାର ସକାଳେ ବାଲେଶ୍ୱର ଜିଲ୍ଲା ରୁପ୍ସା ଥାନା ଅନ୍ତର୍ଗତ ନିଧିପଣ୍ଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ କାରରେ ଥିବା ୩ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି । ଏମାନେ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ହସ୍ପିଟାଲରେ ଏହି ପରିବାରର ଜଣେ ମହିଳା ପୂର୍ବରୁ ଚିକିତ୍ସାଧିନ ଥିଲେ । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଶନିବାର ତାଙ୍କର ଶବଦାହ କରାଯିବା ପାଇଁ ସକାଳୁ ରୁପ୍ସା ଅଣାଯାଉଥିଲା । ତେବେ ଅନ୍ୟ ଏକ ଗାଡିରେ ଶବ ଯାଉଥିବା ବେଳେ ପଛରେ ଯାଉଥିବା ପରିବାର ଲୋକଙ୍କ ଗାଡିଟି ରାସ୍ତା କଡରେ ଥିବା ଏକ ବାଡରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସରେ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଛି ।

Related posts

ଅବହେଳିତ ଅବସ୍ଥାରେ ସୋର ଶିଶୁ ଉଦ୍ୟାନ

mahabharatanews

ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିକୁ ଦାନ କଲେ ରାଜ୍ୟପାଳ

mahabharatanews

ରଥଯାତ୍ରା ସମୟରେ ବିପର୍ଯ୍ୟୟ ପରିଚାଳନା ବୈଠକ

mahabharatanews