ଓଡିଶା

ଗ୍ରୀଷ୍ମପ୍ରବାହ: ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ

(ଭୁବନେଶ୍ୱର) : ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ପଶ୍ଚିମ ଓଡ଼ିଶାର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଛି । ସମ୍ବଲପୁରର ଶୁକ୍ରବାର ଦିନ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରି ରେକର୍ଡ ହୋଇଥିବା ବେଳେ ବୌଦ୍ଧରେ ୪୨.୨ଡିଗ୍ରି, ଟିଟିଲାଗଡ଼ରେ ୪୧.୫ ଡିଗ୍ରି, ସୋନପୁରରେ ୪୧.୪ ଡିଗ୍ରି ଲେଖାଏଁ ରେକର୍ଡ ହୋଇଛି।

ସୂଚନାନୁଯାୟୀ , ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ବିଶେଷକରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୨ ଡିଗ୍ରି ଉପରେ ରହିବାର ସମ୍ଭାବନା ରହିଛି। ଶୁକ୍ରବାର ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ଖୋର୍ଧା, ପୁରୀ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ ଓ ଗଞ୍ଜାମ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବା ସହ ଖୁବ୍‌ ଜୋର୍‌ରେ ପବନ ବହିଛି।

 

Related posts

ଆଗ।ମୀ ଦିନରେ ଗୋଷ୍ଠୀ ସଂକ୍ରମଣ ହେବ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

mahabharatanews

ମହାପ୍ରଭୁଙ୍କ ନବ ଯୌବନ ଦର୍ଶନ

mahabharatanews

କୋଭିଡ ଟୀକାକରଣ ପ୍ରକ୍ରିୟା ନିମନ୍ତେ ଜିଲ୍ଲାସ୍ତରୀୟ ବୈଠକ

mahabharatanews