Uncategorized

କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ

କୋଟା: କୋଟା ଅନ୍ତର୍ଗତ ଏକ ଚାଷ ଜମିରେ ଥିବା କୂଅରେ ବୁଡି ଦୁଇ ମହିଳାଙ୍କ ମୃତ୍ୟୁ ହୋଇଛି । ଆଜି ପୁଲିସ ପକ୍ଷରୁ ଏହି ସୂଚନା ଦିଆଯାଇଛି । କୋଟା ଅନ୍ତର୍ଗତ ଜୱାତିକଲା ଗ୍ରାମର ଭୁଲିବାଈ ଗୁରଜାର (୩୦) ଓ ମଞ୍ଜୁ ମେଘୱାନ (୪୦) ଶୁକ୍ରବାର ଅପରାହ୍ନରେ ବିଲରେ କାମ କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣେ ମହିଳା ୩୫ ଫୁଟ ଗଭୀର କୂଅରୁ ପାଣି କାଢୁଥିବା ବେଳେ ଗୋଡ ଖସିଯିବାରୁ ସେ କୂଅ ଭିତରେ ପଡିଯାଇଥିଲେ । ଏହା ଦେଖି ଅନ୍ୟ ମହିଳା ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରୁଥିବା ବେଳେ ମଧ୍ୟ କୂଅରେ ଖସି ପଡିଥିବା ସନ୍ଦେହ କରାଯାଉଛି । ସଂଧ୍ୟାରେ ଦୁହିଁଙ୍କ ମୃତଦେହ କୂଅରେ ଭାସୁଥିବା ଦେଖିବାକୁ ପାଇଥିଲେ । ଏହା ପରେ ପୁଲିସକୁ ସୂଚନା ଦିଆଯ।।ଇଥିଲା । ପୁଲିସ ସେଠାରେ ପହଁଚି ଉଭୟଙ୍କ ମୃତଦେହ ଉଦ୍ଧାର କରିଥିଲା ।

Related posts

ୟେଦୁରପ୍ପାଙ୍କୁ ଧର୍ମଗୁରୁଙ୍କ ଚେତାବନୀ: ଅପୁ ଗୌଡାଙ୍କୁ ମନ୍ତ୍ରୀ ନ କଲେ ସରକାର ଭାଙ୍ଗିବ

mahabharatanews

ଜେଲରେ ଜଳିଗଲେ କଏଦୀ

mahabharatanews

କରୋନା କାଳରେ ୨୫ ପ୍ରତିଶତ ଲୋକ ମାନସିକ ଦୁଶ୍ଚିନ୍ତାର ଶିକାର

mahabharatanews