Uncategorized

କେନ୍ଦ୍ର ମନ୍ତ୍ରୀ ଭି ମୁରଲିଧରନଙ୍କ କୋରୋନା ପରୀକ୍ଷା ନେଗେଟିଭ

 ନୂଆଦିଲ୍ଲୀ: କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଭି ମୁରଲିଧରନଙ୍କ କୋରୋନା ପରୀକ୍ଷା ରିପୋର୍ଟ ଆଜି ଆସିଛି । ଏହି ରିପୋର୍ଟ ନେଗେଟିଭ ଆସିବାରୁ ମୁରଲିଧରନ ଆଶ୍ୱସ୍ତି ଅନୁଭବ କରିଛନ୍ତି । କେରଳର କୋରେ।।ନା ରୋଗୀଙ୍କ ଚିକିତ୍ସା କରିଥିବା କିଛି ଡାକ୍ତରଙ୍କ ସହ ବୈଠକ କରିବା ପରେ ସେ ସୁରକ୍ଷା ଦୃଷ୍ଟିରୁ ନିଜକୁ ନୂଆଦିଲ୍ଲୀରେ ସୟଂ ପୃଥକ ରଖି ଆସୁଥିଲେ । ଶନିବାର ଦିନ ତିରୁବନନ୍ତପୁରମର ତିରୁନାଲ ଇନଷ୍ଟିଚ୍ୟୁଟ ଫର ମେଡିକାଲ ସାଇନ୍ସ ଆଣ୍ଡ ଟେକ୍ନୋଲୋଜୀର ଏକ ସମ୍ମିଳନୀରେ ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସଂକ୍ରମିତ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତରମାନେ ଉପସ୍ଥିତ ଥିଲେ, ଯେଉଁମାନେ ବର୍ତ୍ତମାନ ପୃଥକ ଏକାକୀ ରହୁଛନ୍ତି । ଉକ୍ତ ସଂକ୍ରମିତ ଡାକ୍ତର ନିକଟରେ ସ୍ଫେନରୁ ଫେରିଥିଲେ । ସେ ସ୍ପେନରେ ଥିବା ଏକ ଦୁଇଦିନିଆ ସମ୍ମିଳନୀରେ ଯୋଗ ଦେବା ପାଇଁ ସ୍ଫେନ ଯାଇଥିଲେ । ସେଠାରୁ ସେ ମାର୍ଚ୍ଚ ୨ ତାରିଖରୁ ସେଠାରୁ ଫେରିଥିବା ବେଳେ ମାର୍ଚ୍ଚ ୮ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ । ଏହା ପରେ ତାଙ୍କଠାରେ କୋରୋନା ସଂକ୍ରମଣର ଲକ୍ଷ୍ୟଣ ପରିଲକ୍ଷିତ ହୋଇଥିଲା ଓ ସେ ମାର୍ଚ୍ଚ ୧୨ ତାରିଖରୁ ଏକାକୀ ଗୃହ ନିରୀକ୍ଷଣରେ ରହିଥିଲେ ।

ସୂଚନାଯୋଗ୍ୟ, ଭାରତରେ ଆଉ ୧୨ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିବା ପରେ ଏହି ସଂଖ୍ୟା ୧୨୬ରେ ପହଞ୍ଚିଥିବା ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ସୂଚନା ଦେଇଛନ୍ତି ।

Related posts

ସିଏଏ, ଏନଆରସିର ଆବଶ୍ୟକତା ନାହିଁ: ସେଖ ହସିନା

mahabharatanews

ଏଲଓସିରେ ପାକ ନିର୍ମିତ ସୁଡଙ୍ଗ ଠାବ କରିଛି ବିଏସଏଫ

mahabharatanews

ଜାଣନ୍ତୁ କେଉଁ ଦିଗରେ ଦୀପ ଜାଳିଲେ କ’ଣ ସବୁ ଲାଭ ହୋଇଥାଏ

mahabharatanews