Uncategorized

କେରଳ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଗିରଫ

କୋଜିକୋଡେ: କେରଳର ବିଜେପି ଯୁବ ଶାଖାର ସଭାପତି କେ ପି ପ୍ରକାଶ ବାବୁ ଓ କିଛି କର୍ମୀ ଏକ ଶୋଭାଯାତ୍ରା ବାହାର କରିବା ସମୟରେ ଗିରଫ କରିଛି ପୁଲିସ । ଏହି ଶୋଭାଯାତ୍ରା କାଜିକୋଡେର ଖ୍ରୀଷ୍ଟିଆନ କଲେଜର ଜଣେ ଛାତ୍ରଙ୍କ ମୃତ୍ୟୁ ବିରୋଧରେ ବାହାରି ଥିଲା । ରାଜ୍ୟ ବିଜେପି ଯୁବମୋର୍ଚ୍ଚା କଲେଜର ଜଣେ ସିଖ ଛାତ୍ର ମୃତ୍ୟୁକୁ ନେଇ କଲେଜ କର୍ତ୍ତୃପକ୍ଷକୁ ଦାୟୀ କରିଥିଲା । ଏହି ଶୋଭାଯାତ୍ରା ସମୟରେ ପୁଲିସ ଭିଡ ଘଉଡେଇବା ପାଇଁ ପାଣି ମାଡ କରିଥିଲା ପ୍ରଦର୍ଶନକାରୀଙ୍କୁ ପ୍ରଦର୍ଶନ ସ୍ଥଳରୁ ଉଠାଇ ନେଇଥିଲା ।

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଜଣେ ସିଖ ଛ।।ତ୍ର ଜଶପ୍ରିତ ସିଂହଙ୍କୁ କଲେଜ ପ୍ରଶାସନ ପରୀକ୍ଷା ଦେବାକୁ ଅନୁମତି ଦେଇନଥିଲା । କାରଣ ତାଙ୍କର ଉପସ୍ଥାନ କମ ରହିଥିଲା । ଏହାକୁ ନେଇ ଜଶପ୍ରିତ ଗତ ରବିବାର ଦିନ ଆତ୍ମହତ୍ୟା କରିଥିଲେ । ତାଙ୍କ ପରିବାର କହିଥିଲେ, ଜଶପ୍ରିତ କେବଳ ଶେଷ ଗୋଟିଏ ମାସର କ୍ଲାସ କରି ପାରିନଥିଲେ । କାରଣ ସେମାନେ ଉତ୍ତର ପ୍ରଦେଶ ଯାଇଥିବା ବେଳେ ସିଏଏ ବିରୋଧରେ ଦେଖାଦେଇଥିବା ହିଂସା ଦେଖାଦେଇଥିଲା ଓ ସେମାନେ କୋଜିକୋଡେ ଫେରି ପାରି ନ ଥିଲେ । ଯୁବମୋର୍ଚ୍ଚା ଅଭିଯୋଗ କରିଛି, କଲେଜର ପ୍ରିନ୍ସିପାଲ କମୁନିଷ୍ଟ ଦଳର ଛାତ୍ରଙ୍କୁ ଉପସ୍ଥାନ ଦେଉଥିବା ବେଳେ ଜଶପ୍ରିତଙ୍କ ପରି ଛାତ୍ରଙ୍କୁ ଅଣଦେଖା କରାଯାଉଛି ।

Related posts

ଜାମ୍ମୁ, ହିମାଚଳ ସୀମାନ୍ତର ଭୂକମ୍ପ

mahabharatanews

ଦେଶରେ କରୋନାକୁ ପ୍ରତିହତ କରିବାରେ ଗୋଆ ସଫଳ

mahabharatanews

ଦେଶର ୩୦୦ ବରିଷ୍ଠ ବ୍ୟକ୍ତିବିଶେଷ ପେଗାସସ୍ ଶିକାର

mahabharatanews

Leave a Comment