ଅପରାଧ

କୋଇଲା କିଣାରେ ମହା ଦୁର୍ନୀତି: ଆକ୍ସନ ମୋଡରେ ସିବିଆଇ

ଭୁବନେଶ୍ୱର: ଲୁହାପଥର ଓ କୋଇଲା କିଣାରେ ହୋଇଥିବା ମହା ଦୁର୍ନୀତିକୁ ନେଇ ଆକ୍ସନ ମୋଡରେ ସିବିଆଇ । ଲୁହା ପଥର ଓ କୋଇଲା କିଣାରେ ୫୬ କୋଟି ଟଙ୍କାର ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଏକକାଳୀନ ୧୧ଟି ସ୍ଥାନରେ ଚଢାଉ କରିଛି ସିବିଆଇ । ନୂଆଦିଲ୍ଲୀରେ ଥିବା ପେକ ଲିମିଟେଡ୍ ଓ ସୁନ୍ଦରଗଡ଼ରେ ଥିବା ଏକ ଘରୋଇ କମ୍ପାନିରେ ଦୂର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସିବିଆଇ ରାଜଧାନୀ ଦିଲ୍ଲୀ, ଥାଣେ, ଗୌହାଟୀ, ଗାଜିଆବାଦ ସମେତ ୧୧ଟି ସ୍ଥାନରେ ଚଢ଼ାଉ ହୋଇଛି ।
କମ୍ପାନି ୫୬ କୋଟି ୮୯ ଲକ୍ଷ ୫୨ ହଜାର ୪୧୬ ଟଙ୍କାର ଠକେଇ କରିଥିବା ଅଭିଯୋଗ ଆସିଛି । ଏନେଇ ଦିଲ୍ଲୀର ପେକ ଲିମିଟେଡର ତତ୍କାଳୀନ ସିଏମଡିଙ୍କ ନାଁରେ ମାମଲା ରୁଜୁ ହୋଇଛି । କମ୍ପାନିର କିଛି ଉଚ୍ଚପଦସ୍ତ କର୍ମଚାରୀ ଓ ପୂର୍ବତନ କର୍ମଚାରୀଙ୍କୁ ମିଶାଇ ୧୨ ଜଣଙ୍କ ନାଁରେ ବି ମାମଲା ରୁଜୁ ହୋଇଛି।

 

Related posts

ବ୍ରହ୍ମପୁରରେ ଗୁଳି କରି ହୀରା ଲୁଟ୍ ଘଟଣାରେ ପୋଲିସ ଆଉ ୪ ଅଭିଯୁକ୍ତକୁ ଗିରଫ କରିଛି

mahabharatanews

ଅପରେସନ ହ୍ୱାଇଟ ସ୍ପାଇଡର: ୩ ଗିରଫ

mahabharatanews

ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ଶିଶୁ ସୁରକ୍ଷା ବିଭାଗ ତଦନ୍ତ ପ୍ରକିୟା ଆରମ୍ଭ

mahabharatanews