Uncategorized

କୋରୋନାରୁ ବାଦ ପଡିଲେନି ଅଷ୍ଟ୍ରେଲିଆ ଗୃହମନ୍ତ୍ରୀ

କାନବେରିଆ: କୋରୋନା ଭୂତାଣୁ ସଂକ୍ରମଣରୁ ଅଷ୍ଟେଲିଆର ଗୃହରାଷ୍ଟ୍ରମନ୍ତ୍ରୀ ପିଟର ଡ୍ୟୁଟୋନ ମଧ୍ୟ ବାଦ ପଡି ନାହାନ୍ତି । ଶୁକ୍ରବାର ଦିନ ପିଟରଙ୍କ କୋରୋନା ପରୀକ୍ଷଣ ପଜିଟିଭ ଆସିଛି । ପିଟର ଗତକାଲି ସକାଳୁ ଉଠିବା ବେଳେ ତାଙ୍କ ଶରୀରରେ ଉତାପ ଥିବା ସହ ଗଳା ଫୁଲିଯାଇଥିଲା । ସେ ତୁରନ୍ତ ସ୍ୱାସ୍ଥ୍ୟର କ୍ୟୁନସ୍ଲ୍ୟାଣ୍ଡ ବିଭାଗ ସହ ଯୋଗାଯୋଗ କରିଥିଲେ ଓ କୋଭିଡ-୧୯ର ପରୀକ୍ଷା କରାଇ ଦେଇଥିଲେ । ଏହା ପରେ ଅପରାହ୍ନରେ କ୍ୟୁନ୍ସଲାଣ୍ଡ ପକ୍ଷରୁ ତାଙ୍କୁ ସୂଚନା ଦିଆଯାଇଥିଲା, ତାଙ୍କ ପରୀକ୍ଷାରେ କୋରୋନା ଭୂତାଣୁ ଚିହ୍ନଟ ହୋଇଛି । ପିଟର ନିକଟରେ ଆମେରିକା ଗସ୍ତ କରି ଫେରିଥିଲେ । ତାଙ୍କ ଗସ୍ତକାଳରେ ମାର୍ଚ୍ଚ ୬ ତାରିଖରେ ସେ ଆମେରିକା, ୟୁକେ, କାନାଡା ଓ ନ୍ୟୁଜିଲାଣ୍ଡର ଅଧିକାରୀଙ୍କ ସହ ସାକ୍ଷାତ କରିଥିଲେ ।

ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୫୬ ଜଣ କୋରୋନା ଚିହ୍ନଟ ହେ।।ଇଛନ୍ତି । ଦକ୍ଷିଣମେରୁରେ ଶୀତଋତୁ ଉପଗତ ହୋଇଥିବାରୁ ବର୍ତ୍ତମାନ ଏହି ଭୂତାଣୁ ସଂକ୍ରମଣ ଅଧିକ ହେବ ବୋଲି ଆଶଙ୍କା କରାଯାଉଛି । ସାରା ବିଶ୍ୱରେ ଏକ କୋଟି ତିରିଶ ହଜାର ଲୋକ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ ୪୬ଶହ ଲୋକଙ୍କ ମୃତ୍ୟୁ ହେଲାଣି । ଏହାର ଭୟ।।ବହତାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନାଭାଲ କୋରୋନାକୁ ବିଶ୍ୱ ମହାମାରୀ ଘୋଷଣା କରିଛି ।

Related posts

ବଡଗାମ ଜିଲ୍ଲାରେ ୨ ଆତଙ୍କୀ ନିହତ

mahabharatanews

ଆପ ନେତାଙ୍କ ଛାତରୁ ପେଟ୍ରୋଲ ବୋମା ଉଦ୍ଧାର

mahabharatanews

ଭାରତୀୟ ବିଶେଷଜ୍ଞଙ୍କ ଦ୍ୱାରା ଭୂତାଣୁ ଚିହ୍ନଟର ନୂଆ ପଦ୍ଧତି ବିକାଶ

mahabharatanews

Leave a Comment