Uncategorized

୩୧ ଯାଏ ଜେଏନୟୁରେ ପାଠପଢା ବନ୍ଦ

(ନୂଆଦିଲ୍ଲୀ): ଚଳିତମାସ ଜବାହରଲାଲ ନେହେରୁ ୟୁନିଭର୍ସିଟିରେ ପାଠପଢା ବନ୍ଦ ରହିବ । ଏହି ସମୟ ମଧ୍ୟରେ ଏଠାରେ କୌଣସି ଲେକ୍ଚର, ସେମିନାର, ପରୀକ୍ଷା ବା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି ଜଣାଯାଇଛି । ଦେଶରେ କୋରୋନା ଭାଇରସରେ ଏଯାଏ ୭୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଜେଏନୟୁ ପ୍ରଶାସନ ଏହି ଘୋଷଣା କରିଛନ୍ତି । ଏହି ସବୁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଲେ ଶିକ୍ଷାର୍ଥୀମାନଙ୍କ ଭିଡ ଜମିବ । ଏଣୁ ଆଗାମୀ ନୋଟିସ ପ୍ରକାଶ ପାଇବା ଯାଏ ଏଗୁଡିକର ଆୟୋଜନ ବନ୍ଦ ରଖାଯିବ ବୋଲି ଜେଏନୟୁ ରେଜିଷ୍ଟ୍ରାର ଡ଼. ପ୍ରମୋଦ କୁମାର କହିଛନ୍ତି । ତେବେ ଏହି ସମୟ ମଧ୍ୟରେ ବିଶ୍ୱବିଦ୍ୟାଳୟର କାର୍ଯ୍ୟାଳୟ, ହଷ୍ଟେଲ ଆଦି ଖୋଲା ରହିବ । ପୂର୍ବପରି ଅଫିସ କାମ ଚାଲିବ । ଅଧ୍ୟାପକ, ଅଫିସର ଓ କର୍ମଚାରୀମାନେ ୟୁନିଭର୍ସଟି ଆସି କାର୍ଯ୍ୟରେ ଯୋଗ ଦେବେ ବୋଲି ଜେଏନୟୁ କର୍ତ୍ତୃପକ୍ଷ କହିଛନ୍ତି । କୋରୋନା ପାଇଁ ସତର୍କତା ଅବଲମ୍ବନ କରି ଚଳିବାକୁୁ ବିଶ୍ୱବିଦ୍ୟାଳୟ ପରିସରରେ ରହୁଥିବା ଲୋକଙ୍କୁ ଜେଏନୟୁ ପ୍ରଶାସନ ନିବେଦନ କରିଛି ।

Related posts

‘ଦ ନ୍ୟୁ ଡାଇମଣ୍ଡ’ ତୈଳ ଟ୍ୟାଙ୍କରରେ ନିଆଁ

mahabharatanews

ହେମନ୍ତ ସୋରେନଙ୍କ ପ୍ରତି ଜାତିଗତ ଆକ୍ଷେପକୁ ବିଜେପିର ଖଣ୍ଡନ

mahabharatanews

 ଏକ ନୂଆ ଭୂତାଣୁ ସଂକ୍ରମଣରେ ୫୦୦ରୁ ଅଧିକ ସଂକ୍ରମିତ

mahabharatanews