ଓଡିଶା

ନାଟକ କରୁ କରୁ ଆରମ୍ଭ ହୋଇଗଲା ମହାଭାରତ ।

ରାମାୟଣ ନାଟକରେ ଅଭିନୟ କରୁଥିବା ଦୁଇ କିନ୍ନର ଗୋଷ୍ଠୀ ମଧ୍ୟରେ ମାରପିଟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ ଅଙ୍କୋରଡ଼ା ଗ୍ରାମରେ ଠାକୁରାଣୀ ଯାତ୍ରା ଉପଲକ୍ଷେ କଉଡିଆ ଗ୍ରାମର ରାମାୟଣ ନାଟକ ଓ ନଳିହାଡ ଗ୍ରାମର ରାମାୟଣ ନାଟକ ମଧ୍ୟରେ ବାଦି ନାଟକ ଲାଗିଥିଲା। କଉଡିଆ ଗ୍ରାମର ଦଳର କିନ୍ନର ମାନଙ୍କୁ ହଠାତ୍ ଆସି ବିପରୀତ ଦଳର କିନର୍ ମାନେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ନାଳିହାଡ ଗ୍ରାମରେ ଅଭିନୟ କରୁଥିବା ୨୦ ରୁ ଉର୍ଦ୍ଧ୍ୱ କିନ୍ନର ଆସି କଉଡିଆ ଗ୍ରାମର ରାମାୟଣ ନାଟକରେ ଅଭିନୟ କରୁଥିବା କିନ୍ନରମାନଙ୍କୁ ମରଣାତ୍ମକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ଆହତ ହୋଇଥିବା କିନ୍ନରମାନେ ମେଡିକାଲରେ ଚିକିତ୍ସିତ ହୋଇ ଦିଗପହଣ୍ଡି ପୋଲିସ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ୍ ଓ ସ୍ଥାନୀୟ ତହସିଲଦାର ଯାଇ ଅଙ୍କୋରଡା ଗ୍ରାମରେ ଲାଗିଥିବା ବାଦି ନାଟ ବନ୍ଦ କରିବା ସହିତ ଯାତ୍ରା ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅଭିଯୋଗ କରିଥିବା କିନ୍ନର ଗୋଷ୍ଠୀ ଥାନାରେ ହୋ ହାଲ୍ଲା କରିବା ସହିତ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Related posts

ଚଳଚ୍ଚିତ୍ର ‘ଯବାନ’ କ୍ରେଜ୍; ଆଜି ଭୁବନେଶ୍ୱରରେ ୯୦ଟି ସୋ 

mahabharatanews

 ଶ୍ରୀମନ୍ଦିରରେ ଧନୁ ସଂକ୍ରାନ୍ତି, ସ୍ୱତନ୍ତ୍ର ନୀତିକାନ୍ତି ପ୍ରସ୍ତୁତ 

mahabharatanews

ଗୁରୁ ଦିବସ ଊପଲକ୍ଷେ ଡ଼ଃ.ଅଚ୍ୟୁତ ସାମନ୍ତଙ୍କ ପାଇଁ ଆର୍ଟିକିଲ ଲେଖିଲେ ଛାତ୍ର

mahabharatanews