ଓଡିଶା

କୋଡ଼ିଙ୍ଗାମାଲି ଖଣିରୁ ବକ୍ସାଇଟ ପରିବହନ ଆରମ୍ଭ କରିବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର

(ମହାଭାରତ, କୋରାପୁଟ): କୋଡ଼ିଙ୍ଗାମାଲି ଖଣିରୁ ବକ୍ସାଇଟ ପରିବହନ ବନ୍ଦ ହୋଇଛି । ଏହାକୁ ନେଇ ପେଟପାଟଣା ହରାଇବା ଆଶଙ୍କାରେ ଶହ ଶହ ଗ୍ରାମବାସୀ, ଗାଡି ମାଲିକ ଓ ଏଠାରେ କାମ କରୁଥିବା ଶ୍ରମିକମାନଙ୍କ ପରିବାର ସୋମବାର କୋରାପୁଟ ଜିଲ୍ଲାପାଳ ଓ ପୁଲିସ ଡିଆଇଜିଙ୍କୁ ଭେଟି ଖଣି କାର୍ଯ୍ୟ •ଲୁ ରଖିବା ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି । କୋରାପୁଟ ଜିଲ୍ଲା ଲଷ୍ମୀପୁର ଅଧିନ ଦସମନ୍ତପୁର ଓ ରାୟଗଡା କାଶିପୁର ବ୍ଲକର ଶହ ଶହ ଗ୍ରାମବାସୀ କୋରାପୁଟ ସହରରେ ପହଞ୍ଚି ଏକ ରାଲି କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । କରାଯାଇି । ଯେ କୋଡ଼ିଙ୍ଗାମାଲି ଖଣିରୁ ବକ୍ସାଇଟ ଖନନ ପାଇଁ ତିନିଶହ ଟିପର ମାଲିକ ନିଜର ସୁନା, ଜମି ବାଡ଼ି ବନ୍ଧକ ରଖି ଗାଡି କିଣିଛନ୍ତି । ୨ଶହ ଡ୍ରାଇଭର୨ଶହ ହେଲପର ଏବଂ ସେହି ଅଞ୍ଚଳର ଶହ ଶହ ଲୋକେ ଏଠାରେ କାର୍ଯ୍ୟ କରି ରୋଜଗାର ପାଉଥିଲେ । ଏବେ ଖଣି ଖନନ ବନ୍ଦ ହେବା ଫଳରେ ରୋଜଗାର ହରାଇ ବସିଛନ୍ତି । ଏଣୁ ନିୟମିତ ଖନନ କରାଯାଉ ବୋଲି ଗ୍ରାମବାସୀମାନେ ଜିଲ୍ଲାପାଳ ଓ ଡିଆଇଜିଙ୍କୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରିଛନ୍ତି । ଗ୍ରାମବାସୀଙ୍କ ସମେତ ପୂର୍ବତନ ଲାଷ୍ମୀପୁର ବିଧାୟକ, ପୂର୍ବତନ କୋରାପୁଟ ବିଧାୟକ, ଲାଷ୍ମୀପୁର ବ୍ଲକ ଉପାଧ୍ୟକ୍ଷ ଓ ଅଧ୍ୟକ୍ଷ ପ୍ରମୁଖ ଜିଲ୍ଲାପାଳଙ୍କ ଅନୁପସ୍ଥିତିିରେ ସହକାରୀ ଜିଲ୍ଲାପାଳ ଏନ ଭଗବାନ ଚୌଧୁରୀ ଦାବି ପତ୍ର ଦେଇଛନ୍ତି । ସେହିପରି ଡ଼ିଅ ।ଇଜିଙ୍କୁ ମଧ୍ୟ ସମାନ ଦାବିପତ୍ର ପ୍ରଦାନ କରିଛନ୍ତି ।

Related posts

ଏଫ୍ଏମ୍ ବିଶ୍ୱବିଦ୍ୟାଳୟ କୁଳପତି ହେଲେ  ପ୍ରଫେସର ସନ୍ତୋଷ ତ୍ରିପାଠୀ

mahabharatanews

ଲକ୍ଷ୍ମୀନାରାୟଣ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ

mahabharatanews

ଅସ୍ତରଙ୍ଗରେ ମଦ ବିରୋଧୀ ସଚେତନତା ଶୋଭାଯାତ୍ରା

mahabharatanews

Leave a Comment