ଓଡିଶା

ଜୁଆ ଆଡ୍ଡା ଉପରେ ପୁଲିସର ଚଢାଉ

୧ ଲକ୍ଷ ୫୩ ହଜାର ଟଙ୍କା ଜବତ, ୧୫ ଅଟକ

ହିିଞ୍ଜିଳି: ସ୍ଥାନୀୟ ପୁଲିସ ପକ୍ଷରୁ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଛି। ଜୁଆଡିମାନେ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଚଳାଇଥିବା ଜଣାପଡିଛି। ଅଞ୍ଚଳରେ ଜୁଆଡିମାନଙ୍କର ପ୍ରାଦୂଭାବ ଦିନକୁ ଦିନ ବଢିବାରେ ଲାଗିଛି। ସୂଚନା ଅନୁସାରେ ହିଞ୍ଜିଳି ପୁଲିସ ପକ୍ଷରୁ ସାରୁ ଗ୍ରାମରେ ଏକ ଜୁଆ ଆଡ୍ଡା ଉପରେ ଚଢାଉ କରାଯାଇଥିଲା। ସେଠାରେ ୧୫ ଜଣ ଜୁଆଡିଙ୍କୁ ଅଟକ ରଖାଯାଇଥିଲା। ସେମାନଙ୍କର ଠାରୁ ୧ ଲକ୍ଷ ୫୩ ହଜାର ଟଙ୍କା ଓ ୧୮ଟି ଦାମୀ ମୋବାଇଲ ଜବତ କରାଯାଇଛି। ସାରୁ ଗ୍ରାମରେ ଏକ ଅର୍ଦ୍ଧ ନିର୍ମିତ ଘରେ ପେଷାଦାର ଜୁଆଡିଙ୍କ ଘରେ ଜୁଆ ଖେଳ ଚାଲିଥିବା ସମୟରେ ହିଞ୍ଜିଳି ଭାରପ୍ରାପ୍ତ ଥାନାଧିକାରୀଙ୍କ ନେତୃତ୍ୱରେ ଅତର୍କିତ ଭାବେ ଚଢାଉ କରାଯାଇଥିଲା। ଫଳରେ ୧୫ ଜଣ ଜୁଆଡିଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇଥିଲା।

Related posts

ରାଜ୍ୟ ବାହାରକୁ ଚୋରା ଗଞ୍ଜେଇ ଚାଲାଣ କରୁଥିବା ବେଳେ ଜବତ କଲା ପୋଲିସ

mahabharatanews

ବଜ୍ରପାତରେ ଜଣେ ମୃତ ଜଣେ ଗୁରୁତର

mahabharatanews

୫ ଜଣ କରୋନା ପଜିଟିଭ ଚିହ୍ନଟ: ଗ୍ରାମ ଅନିର୍ଦ୍ଧିଷ୍ଟ କାଳ ପାଇଁ ସଟଡାଉନ

mahabharatanews