ଓଡିଶା

ଜଳମୟ ଭୁବନେଶ୍ୱର

(ଭୁବନେଶ୍ୱର)  : ଏବେ ସକ୍ରିୟ ହୋଇଛି ଦୁର୍ବଳ ମୌସୁମୀ  । ରାଜଧାନୀ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଲାଗି ରହିଛି । ତେବେ ଗତ ୨୪ ଘଣ୍ଟାରେ ରାଜ୍ୟରେ ହାରାହାରି ୯.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେପଟେ ଆଜି ଅପରାହ୍ନ ୨ଟା ପର୍ଯ୍ୟନ୍ତ ଭୁବନେଶ୍ବର ପାଇଁ ବର୍ଷା ସତର୍କତା ଜାରି ହୋଇଥିଲା  । ଘଡ଼ଘଡ଼ି ସହ ବର୍ଷା ନେଇ ସତର୍କ କରାଇଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ହେତୁ ଭୁବନେଶ୍ୱରରେ ଜଳମୟ ପରିସ୍ଥିତି ଦେଖିବାକୁ ମିଳିଛି

ସୂଚନାନୁଯାୟୀ , ସେପଟେ ଆଜି ପ୍ରବଳ ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ତେବେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରିଛି ପାଣିପାଗ କେନ୍ଦ୍ର ।

Related posts

ତାତିରୁ ମିଳିବ ତ୍ରାହି, ୨୬ରୁ ରାଜ୍ୟରେ ବଢ଼ିବ ବର୍ଷା

mahabharatanews

ପ୍ରବଳ ବର୍ଷା:  ୫୦ରୁ ଅଧିକ ଲୋକ ଆହତ 

mahabharatanews

ଜାରିହେଲା ବିଏମ୍‌ସିର ସ୍ବତନ୍ତ୍ର ନିର୍ଦ୍ଦେଶନାମା , ଡେରିରେ ଅଫିସ୍ ଆସିଲେ ଦରମା ବନ୍ଦ

mahabharatanews