ଅପରାଧ

ଗଞ୍ଜେଇ ସହିତ ବାଇକ୍ ଜବତ, ଜଣେ ଗିରାଫ

ପଦ୍ମନାଭ ପାଣିଗ୍ରାହୀ/ କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ଦିନକୁ ଦିନ ବଢିଚାଲିଛି ଗଞ୍ଜେଇ ଚାଲଣ । ଚାଲଣକାରୀ ବିଭିନ୍ନ ଉପାୟରେ ବାହାରକୁ ଗଞ୍ଜେଇ ଚାଲଣ କରିବାରେ ସଫଳ ହଉଥିବା ଜଣା ପଡିଛି । ବାଲିଗୁଡା ଡିଏସ୍ପି ମନୋଜ କୁମାର ପୂଜାରୀଙ୍କ ନେତୃତ୍ୱରେ ମହାସିଂଙ୍ଗ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ନିକଟରେ ଗାଡି,ମୋଟର ଯାଞ୍ଚ ଚାଲିଥିଲା । ଗତକାଲି ଅପରାହ୍ନ ପ୍ରାୟ ୪ଟା ସମୟରେ ସେହି ରାସ୍ତା ଦେଇ ଏକ ବାଇକ ଯାଉଥିବା ସମୟରେ କିନ୍ତୁ ପୋଲିସ ଯାଞ୍ଚକୁ ଦେଖି ସେଠାରୁ ଦ୍ରୁତ ଗତିରେ ଖସିଯିବାକୁ ଚେଷ୍ଟା କରିଥିଲା । ପୋଲିସ ବାଇକର ପିଛା କରି କିଛି ଦୂରକୁ ବାଇକକୁ ଧରିଥିଲା । ଯାଞ୍ଚରୁ ଜଣାପଡିଲା ବାଇକରେ ଗଞ୍ଜେଇ ଚାଲାଣ ହେଉଥିଲା । ଗଜପତି ଜିଲ୍ଲାର ଅଡବା ଥାନା ଅଧୀନ, ଗୁମୁଗୁଡା ଗାଁର ଯଶୋବନ୍ତ ବିରାକୁ ଗଞ୍ଜେଇ ଚାଲାଣ ଅଭିଯୋଗରେ ପୋଲିସ ଗିରଫ କରିବା ସହ ତା ନିକଟରୁ ୧୨କେଜି ୩୦୦ଗ୍ରାମ ଗଞ୍ଜାଇ,ଏଟିଏମ କାର୍ଡ, ନଗଦ ୧୦.୫୦୦ଟଙ୍କା , ଓଡି ୦୫ ଡବ୍ଲୁ୧୬୨୭ଙଊ୦୫ଡ ୧୫୨୭ ମୋଟର ସାଇକଲ ଜବତ କରିଛି । ଆଇପିସିର କେଶ ନଂ ୧୦୪/୨୦ରେ ଏକ ମମଲା ରୁଜୁ ହୋଇ କୋର୍ଟ ଫରଓ୍ବାଡ କରାଯାଇଥିବା ଡିଏସପି ମନୋଜ ପୂଜାରି ପ୍ରକାଶ କରିଛନ୍ତି ।

Related posts

ହତ୍ୟା ଘଟଣାକୁ ୧୩ ମାସ ବିତିଯାଇଥିଲେ ବି ପୋଲିସର ହାତ ଖାଲି

mahabharatanews

୧୨ ବର୍ଷୀୟା ନାବାଳିକା ଗଣଦୁର୍ଷ୍ମର ଶିକାର

mahabharatanews

ଭିଜିଲାନ୍ସ ଜାଲରେ ସୁବର୍ଣ୍ଣପୁର ସ୍ୱାସ୍ଥ୍ୟ ବିଭାଗର ବଡ଼ ଅଫିସର 

mahabharatanews