Uncategorized

ଗୁଜବକୁ ଭୁଲ ପ୍ରମାଣ କରିବାକୁ ମନ୍ତ୍ରୀ ଖାଇଲେ ଚିକେନ୍

(ହାଇଦ୍ରାବାଦ): କୋରୋନା ଭାଇରସ ସାରା ବିଶ୍ୱ ପାଇଁ ଚିନ୍ତା ପାଲଟିଛି । ଭାରତରେ ମଧ୍ୟ କେତେକ ସଂକ୍ରମିତଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଛନକା ପଶିଯାଇଛି । ଏହି ଭାଇରସ ବ୍ୟାପିବା ନେଇ ନାନା ଗୁଜବ ଶୁଣିବାକୁ ମିଳୁଛି । ତେଲେଙ୍ଗାନାରେ କୋରୋନା ଭାଇରସ ଚିକେନ ଓ ଅଣ୍ଡା ଖାଇଲେ ବ୍ୟାପୁଛି ବୋଲି ଖବର ପ୍ରଚାରିତ ହେବା ପରେ ସେଠାକାର ଲୋକେ ଏହା ଖାଇବା ଏକ ପ୍ରକାର ବନ୍ଦ କରିଦେଇଛନ୍ତି । କିନ୍ତୁ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ପ୍ରମାଣ କରିବା ପାଇଁ ଶୁକ୍ରବାର ଏକ ମଞ୍ଚରେ ତେଲେଙ୍ଗାନା ମନ୍ତ୍ରୀ କେଟି ରାମା ରାଓ, ଏତେଲା ରାଜେନ୍ଦ୍ର, ତାଲାସାନି ଶ୍ରୀନିବାସ ଯାଦବ ଓ ଅନ୍ୟମାନେ ଚିକେନ ଓ ଅଣ୍ଡା ଖାଇ ଲୋକଙ୍କ ମନରୁ କୋରୋନା ଭୟ ଦୂର କରିବାକୁ ଚେଷ୍ଟା କରିଛନ୍ତି । ସୂଚନାଯୋଗ୍ୟ, କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇ ଚୀନରେ ୨୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି । ଏହା ଭାରତ ସମେତ ୨୮ଟି ଦେଶକୁ ବ୍ୟାପିଛି । ମୃତ୍ୟୁସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ପରିସ୍ଥିତିକୁ ନଜରରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କିଛିଦିନ ତଳେ ଏହାକୁ ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଙ୍କଟ ଘୋଷଣା କରିଛି ।

Related posts

ଗଡକରିଙ୍କ ବଡ ନିଷ୍ପତ୍ତି: ପ୍ରବାସୀ ଶ୍ରମିକଙ୍କୁ ଜାତୀୟ ରାଜପଥ ନିର୍ମାଣରେ ନିୟୋଜିତ କରାଯାଇ ପାରେ

mahabharatanews

ଯୋଗ କ୍ଷେତ୍ରରେ ଗିନିଜ ରେକର୍ଡ କଲେ ୧୬ ବର୍ଷୀୟ ଛାତ୍ର

mahabharatanews

ଜଏସର ବରିଷ୍ଠ ନେତାଙ୍କ ସହ ୨ ହାର୍ଡ କୋର କମାଣ୍ଡର ଠାବ

mahabharatanews

Leave a Comment