Uncategorized

ମେଘାଳୟରେ ସିଏଏ ହିଂସା

(ଶିଲଂ): ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରାଯାଉଛି । ଶନିବାର ମେଘାଳୟରେ ଏହାକୁ ନେଇ ନୂଆ ଘଟଣା ସାମ୍ନାକୁ ଆସିଛି । ଏଠାରେ ସିଏଏକୁ ନେଇ ଖାସି ଛାତ୍ର ସଂଘ (କେଏସୟୁ)ର ସଦସ୍ୟ ଓ ଅଣ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିବା ଜଣାଯାଇଛି । ଏଥିରେ ଖାସି ଛାତ୍ର ସଂଘର ଜଣେ ସଦସ୍ୟଙ୍କ ମୃତ୍ୟୁ ହେବାରୁ ମେଘାଳୟ ପୋଲିସ ଶିଲଂ ଓ ଏହାର ଆଖପାଖ ଅଞ୍ଚଳରେ କର୍ଫ୍ୟୁ ଜାରି କରିଛି । ଏହାସହ ଏଠାରେ ସୁରକ୍ଷାକୁ ଦୃଷ୍ଟିରେ ରଖି ୬ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି । ପୋଲିସ ସୂଚନା ଅନୁଯାୟୀ, ମେଘାଳୟର ପୂର୍ବ ଖାଲି ହିଲ୍ସ ଜିଲ୍ଲାରେ ସିଏଏ ଓ ଇନର ଲାଇନ ପରମିଟ୍ (ଆଇଏଲପି)କୁ ନେଇ ଅନୁଷ୍ଠିତ ଏକ ବୈ÷ଠକ ସମୟରେ ଖାସି ଛାତ୍ର ସଂଘର ସଦସ୍ୟ ଓ ଅଣ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ହେବା ପରେ ପୋଲିସ ୬ଟି ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରିଛି । ଏହି ସଂଘର୍ଷ ସମୟରେ କେତେକ ପୋଲିସ କର୍ମୀ ଆହତ ହୋଇଥିବା ମଧ୍ୟ ଜଣାପଡିଛି । ପରିସ୍ଥିତିକୁ ନିୟନ୍ତ୍ରଣାଧିନ ରଖିବା ପାଇଁ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକରେ ଆଗାମୀ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ ରଖିବେ । ତେବେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବାକୁ ସିଏପିଏଫ କର୍ମଚାରୀ ମୁତୟନ କରାଯାଇଛି । ମେଘାଳୟ ମୁଖ୍ୟମନ୍ତ୍ରୀ କର୍ଣ୍ଣାଡ ସାଙ୍ଗମା ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Related posts

ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ନିଶ୍ଚିତ ଦୁର୍ଘଟଣାକୁ ଏଡାଇଲା

mahabharatanews

ସ୍କୁଲ ଖୋଲିବା ପାଇଁ କେନ୍ଦ୍ର ଗାଇଡଲାଇନ୍ସ ପ୍ରସ୍ତୁତ କରିବ, ରାଜ୍ୟ ନିଷ୍ପତ୍ତି  ନେବ

mahabharatanews

Video : ଭାରତରେ ଅନୁପ୍ରବେଶ ପାଇଁ ସୀମାରେ ବସିଛନ୍ତି ୫୦୦ ବାଂଲାଦେଶୀ

mahabharatanews