Uncategorized

କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସେନାରେ ବିଦ୍ରୋହ

(ମହାଭାରତ/ଇସଲାମାବାଦ): ପାକିସ୍ତାନ ସେନାମୁଖ୍ୟ କ୍ୱାମାର ଜାଭେଦ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସୈନ୍ୟବାହିନୀରେ ବିଦ୍ରୋହ ଦେଖାଦେଇଛି । ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ସମସ୍ତ ୭ ଜଣ ଲେଫ୍ଟନାଣ୍ଟ ଜେନେରାଲ ବିରୋଧ କରିଛନ୍ତି । ନଭେମ୍ବର ୨୯ରେ ବାଜୱାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାବେଳେ ସୁପ୍ରିମକୋର୍ଟଙ୍କ ସର୍ତ୍ତ ଆଧାରରେ ୬ ମାସ ପାଇଁ ବୃଦ୍ଧି କରାଯାଇଛି । ଇମ୍ରାନ ଖାନଙ୍କ ସରକାର ବାଜୱାଙ୍କ କାର୍ଯ୍ୟକାଳ ୩ ବର୍ଷ ବୃଦ୍ଧି କରିଥିବା ବେଳେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା । ସୁପ୍ରିମକୋର୍ଟ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ସେନାମୁଖ୍ୟଙ୍କ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରିବାକୁ ଅନୁମତି ଦେଇଥିଲେ । ତେବେ ବାଜୱାଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ସେନାର ବରିଷ୍ଠ ଅଧିକାରୀ ମୁଲତାନ କର୍ପସ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ ସରଫରାଜ ସତ୍ତାରଙ୍କ ସମେତ ଅନ୍ୟ ଲେଫ୍ଟନାଣ୍ଟ ଜେନେରାଲମାନେ ବିରୋଧ କରିଛନ୍ତି । ବାଜୱାଙ୍କ ଅବସର ପରେ ସତ୍ତାର ଦେଶର ପରବର୍ତ୍ତୀ ସେନାମୁଖ୍ୟ ହୋଇଥାନ୍ତେ । ସତ୍ତାରଙ୍କ ବ୍ୟତୀତ ଲେଫ୍ଟନାଣ୍ଟ ଜେନେରାଲ ନଦୀମ ରାଜା, ହୁମାୟୁନ ଅଜିଜ୍, ନଇମ ଅସ୍ରଫ, ଶେର ଆଫଗାନ, ବିଲାଲ ଆକବର ଓ କ୍ୱାଜି ଇକ୍ରାମ ବିରୋଧ କରିଛନ୍ତି । ତେବେ ପାକିସ୍ତାନରେ ସରକାର ବିରୋଧୀ ବିଦ୍ରୋହ ଓ ସେନାର କ୍ଷମତା ଦଖଲ ଏକ ସାଧାରଣ ଘଟଣା । କିନ୍ତୁ ସେନାମୁଖ୍ୟଙ୍କ କାର୍ଯ୍ୟକାଳ ବୃଦ୍ଧିକୁ ନେଇ ପାକ୍ ସେନାରେ ବିଦ୍ରୋହ ଦେଖାଯିବା ପ୍ରଥମ ଘଟଣା ।

Related posts

ଅନିଲ ଚୌଧୁରୀ ଦିଲ୍ଲୀ, ଡିକେ ଶିବକୁମାର କର୍ଣ୍ଣାଟକ କଂଗ୍ରେସ ଅଧ୍ୟକ୍ଷ ନିଯୁକ୍ତ

mahabharatanews

ସିଏଏ ହିଂସା: ଲୋକଙ୍କଠୁ ୮୮ କୋଟି ଭରଣା କରିବ ରେଳବାଇ

mahabharatanews

ଟୋନୀ-ଆନ ସିଂହ ମିସ ୱାଲ୍ଡ ୨୦୧୯

mahabharatanews

Leave a Comment