ଓଡିଶା

ଘରକୁ ଘର ଯାଇ ପାଠ ପଢାଇଲେ ଶିକ୍ଷକ

(ଓମ୍ ପ୍ରକାଶ ମିଶ୍ର / ସୋନପୁର) : ସୋନପୁର ଜିଲ୍ଲା ବିରମହାରାଜପୁର ବି.ଇ.ଓ କାର୍ୟ୍ୟାଳୟ ଅଧିନରେ ଥିବା କେନଝରିଆପାଳି ଗ୍ରାମ କ୍ଲଷ୍ଟର ଶିକ୍ଷା ସେତୁରେ ଥିବା ପ୍ରଧାନଶିକ୍ଷକ ସନ୍ତୋଷ ବିଶିଙ୍କ ସହ ସମସ୍ତ ଶିକ୍ଷକ ପୃଥକ ପୃଥକ ଭାବେ ପିଳାମାନଙ୍କୁ ଘର କୁ ଘର ଯାଇ ପାଠ ପଢାଉଛନ୍ତି ।କ୍ଲଷ୍ଟର ଶିକ୍ଷାସେତୁ କାର୍ୟ୍ୟକ୍ରମ କୁ ସିଆରସିସି ଅକ୍ଷୟ ରାଏ ପରିଚାଳନା କରୁଛନ୍ତି ।ସେହିପରି ତିକୁଡ଼ା ଗାଁରେ ଶିକ୍ଷା ସେତୁ କାର୍ୟ୍ୟକ୍ରମ ଅଧୀନରେ ଶିକ୍ଷାଦାନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ମହଦା ପଞ୍ଚାୟତ ଅନ୍ତର୍ଗତ ତିକୁଡ଼ା ମିଶ୍ରପଡା ନାମ ମଣ୍ଡପ ଠାରେ ଶିକ୍ଷକମାନଙ୍କ ଶିକ୍ଷା ସେତୁ କାର୍ୟ୍ୟକ୍ରମ ଅଧୀନରେ ଶିକ୍ଷାଦାନ କରାଯାଇଛି।ପ୍ରଧାନ ଶିକ୍ଷକ ମହେନ୍ଦ୍ର ନାଏକ, ଶିକ୍ଷକ ରାଜୁରାମ ପ୍ରଧାନ ଓ ମଲୟ କୁମାର ଅମାତ ଶିକ୍ଷାଦାନ କରିଥିଲେ ।

 

Related posts

 ପ୍ରବୀରଙ୍କ କନ୍ୟାକୁ ମାଗଣାରେ ମିଳିବ ଶିକ୍ଷା

mahabharatanews

ରାଜ୍ୟରେ ୪ହଜାର ଉପରକୁ ବାହାରିଲେ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ

mahabharatanews

ବୃଷବକୁ ଧକ୍କା ଦେଇ ଛୁ ମାରିଲା ଟ୍ରକ୍

mahabharatanews