Uncategorized

ଚୀନରୁ ଆସାମ ଆସିଲା ୫୦ ଜହାର ପିପିଇ କିଟ

ଗୁଆହାଟୀ: କରୋନା ଉପରେ ନିୟନ୍ତ୍ରଣ ପାଇବାକୁ ଗୋଟିଏ ପଟେ ଔଷଧ ଓ ଟୀକା ପ୍ରସ୍ତୁତ କରିବାରେ ବୈଜ୍ଞାନିକ ବ୍ୟସ୍ତ ଥିବା ବେଳେ ଅନ୍ୟପଟେ ପଜିଟିଭ ମାମଲାର ଚିହ୍ନଟ କରି ସେମାନଙ୍କ ଚିକିତ୍ସା ଯଥାସମ୍ଭବ କରିବା ଜରୁରୀ ହୋଇଛି । ଏଥିନେଇ ଭୂତାଣୁ ଚିହ୍ନଟ ଆବଶ୍ୟକ ଓ ଏଥିନେଇ ଟେଷ୍ଟି କିଟର ଆବଶ୍ୟକତା ରହିଛି । ବର୍ତ୍ତମାନ ଟେଷ୍ଟିଂ ପାଇଁ ଦେଶ କିଛି ପରିମାଣର କିଟ ନିଜେ ପ୍ରସ୍ତୁତ କରୁଥିବା ବେଳେ କିଛି ପାଇଁ ବିଦେଶ ଉପରେ ନିର୍ଭର କରୁଛି । ଏଥିସହ ରୋଗ ସଂକ୍ରମଣରୁ ରକ୍ଷା ପାଇଁବା ପାଇଁ ବ୍ୟକ୍ତିଗତ ସୁରକ୍ଷ।। ଉପକରଣ (ପିପିଇ) ପାଇଁ ମଧ୍ୟ କେତେକାଂଶରେ ଭ।।ରତ ଚୀନ ଉପରେ ନିର୍ଭର କରୁଛି । ଏହି କ୍ରମରେ ଚାଇନାରୁ ଆସାମକୁ ଆସିଛି ୫୦ହଜାର ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ) କିଟ୍‌। କୋଭିଡ-୧୯ ବିରୋଧରେ ଲଢ଼େଇ ଜାରି ରଖିଥିବା ଆଗଧାଡ଼ିର ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ ଉତ୍ତରପୂର୍ବାଞ୍ଚଳର ଏହି ରାଜ୍ୟ ପ୍ରଥମ ଥର ପାଇଁ ପିପିଇ କିଟ୍‌ ଆମଦାନୀ କରିଛି। ବୁଧବାର ସନ୍ଧ୍ୟାରେ ଗୁଆହାଟୀସ୍ଥିତ ଲୋକପ୍ରିୟ ଗୋପିନାଥ ବୋର୍ଡୋଲି ଆନ୍ତର୍ଜାତିକ ବିମାନବନ୍ଦରରେ ଏହି କିଟ୍‌ ପହଞ୍ଚିିିଛି। ସୂଚନା ଅନୁଯାୟୀ ଭାରତ ୧୫ନିୟୁତ ପିପିଇ କିଟ୍‌ ଚାଇନା ସମତେ ବିଭିନ୍ନ ରାଷ୍ଟ୍ରରୁ ଆମଦାନୀ ପାଇଁ ବରାଦ କରିଥିଲା। ବିଭିନ୍ନ ରାଜ୍ୟର ଉଭୟ ସରକାରୀ ଓ ଘରୋଇ ସ୍ବାସ୍ଥ୍ୟସେବା କ୍ଷେତ୍ର ପାଇଁ ବରାଦ ଉପକରଣ ପଠାଯାଉଛି। ଏହା ଭାରତ ଓ ଚାଇନା ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବ ବୋଲି ବେଜିଂରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରୀ ଆଶାବ୍ୟକ୍ତ କରିଛନ୍ତି।

Related posts

କବୟିତ୍ରୀ ସବିତା ମହରା କବିତା ସଂକଳନ “ସମ୍ମୋହନ” ର ଶୁଭ ଲୋକାର୍ପଣ ସମାରୋହ ଅନୁଷ୍ଠିତ

mahabharatanews

ଦେଶର ସମସ୍ତ ସମବାୟ, ରାଜ୍ୟ ସହକାରୀ ବ୍ୟାଙ୍କ ଆରବିଆଇ ଅଧୀନକୁ ଆସିବା ନିଶ୍ଚିତ

mahabharatanews

ସିଏଏ ମୁସଲମାନ ବିରୋଧୀ ନୁହେଁ: ରଜନୀକାନ୍ତ

mahabharatanews