ଓଡିଶା

ଛେଳି କ୍ଷୀର ନମୁନାରୁ ବାହାରିଛି କରୋନା ପଜିଟିଭ

ଡୋଡୋମା: କରୋନା ଭୂତାଣୁର ପରୀକ୍ଷା ପାଇଁ ଚୀନ ତିଆରି କରୁଥିବା କିଟ୍‌ ନିମ୍ନମାନର ହୋଇଥିବାରୁ ବିଭିନ୍ନ ଦେଶ ଏହି କିଟ୍ ଉପରେ ପ୍ରତିବନ୍ଧକ ଲଗାଇ ସାରିଲେଣି । ଏପରି ସମୟରେ ପୂର୍ବ ଆଫ୍ରିକୀୟ ଦେଶ ତାଞ୍ଜାନିଆ ମଧ୍ୟ ଚୀନ କିଟ୍କୁ ପ୍ରତ୍ୟାଖାନ କରିଛି । ଦକ୍ଷିଣ ଆଫ୍ରିକାରେ ଫଳ ମୂଳର ପରୀକ୍ଷା କରାଗଲେ ବି ସେଥିରୁ ଚୀନ କିଟ୍ରେ କରୋନା ପଜିଟିଭ ବାହାରୁଛି। ଏହା ପରେ ରାଷ୍ଟ୍ରପତି ଜନ୍‌ ମାଗୁଫୁଲୀ ଚୀନ୍‌ ପରୀକ୍ଷଣ କିଟ୍‌ ଠିକ୍‌ ନୁହେଁ ଏବଂ ଏହାର ତଦନ୍ତ କରାଯିବା ଆବଶ୍ୟକ ବୋଲି କହିଛନ୍ତି।

ଚୀନ୍‌ ପଠାଇଥିବା ପରୀକ୍ଷଣ କିଟ୍‌ ଠିକ୍‌ ଅଛି କି ନାହିଁ ତାହା ଜାଣିବା ଲାଗି ଏକ ଛେଳିର ରକ୍ତ ନମୁନା ଏବଂ ଏକ ଫଳର ନମୁନା ସଂଗ୍ରହ କରି ଲ୍ୟାବ୍‌କୁ ପଠାଯାଇଥିଲା। କିନ୍ତୁ ସେହି ନମୁନା ଛେଳି ରକ୍ତ ଏବଂ ଫଳର ଥିଲା ବୋଲି ଗୋପନ ରଖାଯାଇଥିଲା। ତେବେ ପରୀକ୍ଷା ରିପୋର୍ଟ ଆସିବା ପରେ ତାହା ସମସ୍ତଙ୍କୁ ଚକ୍କିତ କରିଛି। ଉଭୟ ନମୁନାରୁ କରୋନା ଭୂତାଣୁ ପଜିଟିଭ୍‌ ଆସିବା ପରେ ସରକାର ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଉକ୍ତ କିଟ୍‌ରେ କରୋନା ଭୂତାଣୁ ପରୀକ୍ଷଣ କରିବା ଉପରେ କଟକଣା ଲାଗୁ କରିଛନ୍ତି। ତାଞ୍ଜାନିଆରେ ଅନେକ ଲୋକ କରୋନା ପଜିଟିଭ୍‌ ବାହାରିଥିଲେ। ବର୍ତ୍ତମାନ କିଟ୍କୁ ନେଇ ସନ୍ଦେହ ଉପୁଜିଥିବା ବେଳେ ଲୋକମାନେ ବାସ୍ତବରେ ପଜିଟିଭ କି ନାହିଁ ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି ।

Related posts

କଡ଼ାକଡ଼ି ଟ୍ରାଫିକ ବ୍ୟବସ୍ଥା; ନିୟମ ଭାଙ୍ଗିଲେ ସିଧାସଳଖ କୋର୍ଟଚାଲାଣ

mahabharatanews

ବଡ଼ଦିନ : ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

mahabharatanews

ଖଳାରେ ଗୟଳ ଲାଗି ସମ୍ପନ୍ନ

mahabharatanews