Uncategorized

ଜାନୁଆରୀ ୮ରେ ଭାରତ ବନ୍ଦ

(ନୂଆଦିଲ୍ଲୀ,ମାହାଭାରତ ): ଏନଡିଏ ସରକାରଙ୍କର ଦମନକାରୀ ନୀତି ପ୍ରତିବାଦରେ ୧୦ଟି ଶ୍ରମିକ ସଂଗଠନ ପକ୍ଷରୁ ଜାନୁଆରି ୮ ତାରିଖରେ ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ଦିଆଯାଇଛି । ଏହି ଦିନିକିଆ ବନ୍ଦ ଡାକରାକୁ ଦେଶବ୍ୟାପୀ ବିଭିନ୍ନ କୃଷକ ସଂଗଠନ ସମର୍ଥନ କରିଛନ୍ତି । ଶ୍ରମିକ ସଂଗଠନ ସିଟୁର ସାଧାରଣ ସମ୍ପାଦକ ତପନ କହିଛନ୍ତି ଯେ, ଅସଂଗଠିତ, ବ୍ୟାଙ୍କିଙ୍ଗ ଏବଂ ବୀମା କ୍ଷେତ୍ରର କର୍ମଚାରୀ, ବନ୍ଦର ଶ୍ରମିକ ଦେଶବ୍ୟାପୀ ଏହି ଧର୍ମଘଟରେ ସାମିଲ ହେବେ । ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେରୋଜଗାର ପ୍ରସଙ୍ଗରେ ଏହି ବନ୍ଦ ପାଳନ କରାଯିବ । ସେହିପରି ଓଡ଼ିଶାରେ ଆସନ୍ତା ୮ ତାରିଖରେ ଭାରତ ବନ୍ଦକୁ ସଫଳ କରିବା ପାଇଁ ୧୨ ଦଫା ଦାବି ନେଇ ଧର୍ମଘଟ ଡକରା ଦେଇଛି କେନ୍ଦ୍ରୀୟ ଟ୍ରେଡ ୟୁନିଅନ ଓ ସ୍ୱାଧୀନ ଫେଡେରେସନର ମିଳିତ ମଞ୍ଚ । ଏହାସହ ଶାନ୍ତିପୂର୍ଣ୍ଣ ବନ୍ଦ ପାଳନ ପାଇଁ ଏହି ମଞ୍ଚ ରାଜ୍ୟ ସରକାରଙ୍କର ସହଯୋଗ ଲୋଡିଛି ।

Related posts

କେନ୍ଦ୍ର କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ନୀଳାଚଳ ଷ୍ଟିଲ ପ୍ଲାଣ୍ଟରୁ ପ୍ରତ୍ୟାହାର ହେବ ପୁଞ୍ଜି

mahabharatanews

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

mahabharatanews

ଦେଶରେ କରୋନାରେ ୩୦୨୯ ଜଣଙ୍କ ମୃତ୍ୟୁ

mahabharatanews