Uncategorized

ପ୍ରବାସୀଙ୍କ ଟ୍ରେନ ଖର୍ଚ୍ଚ ପାଇଁ ଆଇନଜୀବୀଙ୍କ ଆବେଦନକୁ ସୁପ୍ରିମ କୋର୍ଟଙ୍କ ଅନୁମୋଦନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ପ୍ରାନ୍ତରୁ ବହୁ ପ୍ରବାସୀ ମହାନଗରୀ ମୁମ୍ବାଇକୁ କାମ କରିବାକୁ ଯାଇଥାନ୍ତି । କିନ୍ତୁ କରୋନା ପାଇଁ ଜାରି ଲକଡାଉନ ମଧ୍ୟରେ ସେମାନେ ନିଜ ଗାଁକୁ ଯିବାରେ ସମସ୍ୟା ଉପୁଜୁଛି । ସେମାନଙ୍କ ସହାୟତା ପାଇଁ ଗୁରୁବାର ଦିନ ମୁମ୍ବାଇର ଜଣେ ଆଇନଜୀବୀଙ୍କୁ ସୁପ୍ରିମ କୋର୍ଟ ରେଜିଷ୍ଟ୍ରିରେ ୨୫ ଲକ୍ଷ ଟଙ୍କା ଜମା କରିବାକୁ ଅନୁମତି ଦେଇଛନ୍ତି । ଏହାକୁ ପ୍ରବାସୀଙ୍କ ନିଜ ନିଜ ରାଜ୍ୟକୁ ପଠାଇବାରେ ଖର୍ଚ୍ଚ କରାଯିବ ।
ଜଷ୍ଟିସ ଅଶୋକ ଭୂଷଣଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ସଞ୍ଜୟ କିଶନ କୌଲ ଏବଂ ଏମ ଆର ଶାହାଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇର ଆଇନଜୀବୀ ସାଗର ଅହମ୍ମଦ ଖାନଙ୍କ ଆବେଦନକୁ ଗ୍ରହଣ କରିଛନ୍ତି। ସେ କୋର୍ଟରେ ମୁମ୍ବାଇର ପ୍ରବାସୀ ଶ୍ରମିକମାନଙ୍କୁ ଉତ୍ତରପ୍ରଦେଶର ନିଜ ସହରକୁ ଫେରିବା ପାଇଁ ଟ୍ରେନ୍ ଭଡା ଭାବରେ ୨୫ ଲକ୍ଷ ଟଙ୍କା ଦାନ କରିବାକୁ ନିବେଦନ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୨ରେ ହେବ। ଖାନ୍ ତାଙ୍କ ଆବେଦନରେ କେନ୍ଦ୍ର ସରକାର ଏବଂ ଅନ୍ୟାନ୍ୟ ସଂପୃକ୍ତ ଅଧିକାରୀଙ୍କୁ ଉତ୍ତରପ୍ରଦେଶର କବୀର ନଗରକୁ ସୁରକ୍ଷିତ ଭାବରେ ପ୍ରବାସୀମାନଙ୍କୁ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେବାକୁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ଆଇନଜୀବୀ ସାଗର କହିଛନ୍ତି ଯେ ସଂପୃକ୍ତ କର୍ତ୍ତୃପକ୍ଷ ଏବଂ ସରକାର ନିଶ୍ଚିତ କରିବା ଉଚିତ୍ ଯେ ଏହି ପ୍ରବାସୀ ଶ୍ରମିକମାନେ ସେମାନଙ୍କ ଘରେ କୌଣସି ଅସୁବିଧାର ସାମ୍ନା ନ କରି ପହଂଚି ପାରିବେ।

Related posts

ପୁଲୱାମା ଆତଙ୍କୀ ଆକ୍ରମଣକୁ ପୂରିଲା ବର୍ଷେ

mahabharatanews

ତୁର୍କୀ ରାଷ୍ଟ୍ରପତିଙ୍କ ବୟାନ ପରେ ଭାରତର କଡା ଜବାବ

mahabharatanews

ଦେଶରେ କରୋନା ସଂକ୍ରମଣ ୩ ଲକ୍ଷ ୯୫ ହଜାର ୪୮ରେ ପହଞ୍ଚିଲା

mahabharatanews