Uncategorized

ଜାମ୍ମୁ-କଶ୍ମୀରକୁ ନୂଆ ବର୍ଷ ଭେଟି

(ଶ୍ରୀନଗର): ନୂଆବର୍ଷର ଆରମ୍ଭରେ ଜାମ୍ମୁ-କାଶ୍ମୀରକୁ ଉପହାର ମିଳିଛି । ଗତ ଡିସେମ୍ବର ୩୧ ତାରିଖ ମଧ୍ୟରାତ୍ରୀରେ ସାରା ଦେଶ ଜିରୋ ନାଇଟ୍ ପାଳନ କରୁଥିବାବେଳେ କାଶ୍ମୀରର ସବୁ ଅଞ୍ଚଳରେ ଏସଏମଏସ ସୁବିଧା ପୁଣି ଥରେ ଆରମ୍ଭ କରି ଦିଆଯାଇଛି । ଏଥିସହ ସମସ୍ତ ସ୍କୁଲ, କଲେଜ ଓ ହସ୍ପିଟାଲରେ ଇଣ୍ଟରନେଟ୍ ସେବାକୁ ପୁନଃସ୍ଥାପିତ କରାଯାଇଛି । ସାଢେ ୪ ମାସର ବ୍ୟବଧାନ ପରେ ଏଠାରେ ସ୍ଥିତି ସ୍ୱାଭାବିକ ଅବସ୍ଥାକୁ ଫେରିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୁହାଯାଉଛି । ୨୦୧୯ ଅଗଷ୍ଟ ୫ ତାରିଖରେ ଘାଟୀରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଏଠାରେ ଲ୍ୟାଣ୍ଡଲାଇନ, ଇଣ୍ଟରନେଟ ଓ ଏସଏମଏସ ସେବା ବନ୍ଦ କରି ଦିଆଯାଇଥିଲା । ପରେ ଲ୍ୟାଣ୍ଡଲାଇନ ସେବାକୁ ଜାମ୍ମୁ-କାଶ୍ମୀର ପ୍ରଶାସନ ପୁନଃକାର୍ଯ୍ୟକ୍ଷମ କରିଥିଲେ ମଧ୍ୟ ଇଣ୍ଟରନେଟ ଓ ଏସଏମଏସ ସୁବିଧା ବନ୍ଦ ରଖାଯାଇଥିଲା । ତେବେ ଏହି କଟକଣା ଉଠିବା ସହ ମୋବାଇଲ ଓ ଇଣ୍ଟରନେଟ ସେବାକୁ ପୁଣି ଆରମ୍ଭ କରିବା ପଦକ୍ଷେପକୁ କାଶ୍ମୀରବାସୀ ସ୍ୱାଗତ କରିଛନ୍ତି । ସ୍ଥାନୀୟ ଲୋକଙ୍କ ପାଇଁ ବର୍ତ୍ତମାନ ସରକାର ବ୍ରଡବ୍ୟାଣ୍ଡ ଇଣ୍ଟରନେଟ୍ ସେବା ଜାରି ରଖିବା ଦରକାର ବୋଲି ଜାମ୍ମୁ-କାଶ୍ମୀରର ପ୍ରଧାନ ସଚିବ ରୋହିତ କଂସଲ କହିଛନ୍ତି ।

Related posts

ହିନ୍ଦୁ ପରିବାରରେ ମୁସଲମାନ ହୋଇଛନ୍ତି ଅତିଥି

mahabharatanews

ଭାରତରେ ପ୍ରସ୍ତୁତ ହେବ ଆରଟିକେ, ତିନି କମ୍ପାନୀକୁ ଦିଆଯାଇଛି ଦାୟିତ୍ୱ

mahabharatanews

ମୁଖ୍ୟମନ୍ତ୍ରୀ ମମତାଙ୍କ କାର୍ଯ୍ୟକ୍ରମରେ ବଡ଼ ଅଘଟଣ,ଗେଟ୍ ଭୁଶୁଡ଼ି ୨ ଆହତ

mahabharatanews

Leave a Comment