ଓଡିଶା

ଜିଲ୍ଲାପାଳଙ୍କ ନିଖୋଜ ଥିବା ପିଏଙ୍କ ମୃତଦେହ ଉଦ୍ଧାର

(ମହାଭାରତ,ମାଲଗିକାନରି): ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବନାରାୟଣ ପଣ୍ଡାଙ୍କ ମୃତଦେହ ଆଜି ସତୀଗୁଡା ଡ୍ୟାମରୁ ଉଦ୍ଧାର ହୋଇଛି । ଗତ ଶୁକ୍ରବାର ସନ୍ଧ୍ୟାରେ ଘରକୁ ଫେରୁଥିବା ବେଳେ ସେ ନିଖୋଜ ହୋଇଯାଇଥିଲେ । ନିଜ କାର୍ଯ୍ୟାଳୟରୁ ଘରକୁ ନ ଫେରିବାରୁ ପରିବାର ଲୋକେ ମାଲକାନଗିରି ଥାନାରେ ଏତଲା ଦେଇଥିଲେ । ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତେବେ ଶନିବାର ସତୀଗୁଡା ଡ୍ୟାମ ନିକଟରୁ ତାଙ୍କ ବାଇକ ଓ ହେଲମେଟ ମିଳିଥିଲା । ପୋଲିସ ଓ ଅଗ୍ନିଶମ କର୍ମଚାରୀମାନେ ଡ୍ୟାମରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ବହୁ ଖୋଜାଖୋଜି ପରେ ଡ୍ୟାମରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି ।

Related posts

ଆସନ୍ତାକାଲି ଯାଏଁ ଗୃହ ମୁଲତବୀ 

mahabharatanews

ନିଟ ପରୀକ୍ଷା ଫଳ ପ୍ରକାଶ, ସୋମଦତ୍ତ ଓଡ଼ିଶା ଟପର।

mahabharatanews

ନିରୀକ୍ଷକଙ୍କ କର୍ଯ୍ୟାଳୟରେ ତାଲା ପକାଇଲେ ପଞ୍ଚାୟତ ବାସୀ

mahabharatanews