ଓଡିଶା

ଜିଲ୍ଲା ଅବକାରୀ ଚଢାଉ, ୭ଜଣ ଗିରଫ

ପାଟଣା: କେନ୍ଦୁଝର ଜିଲ୍ଲା ଅବକାରୀ ତଥା ପାଟଣା ଅବକାରୀ ବିଭାଗ ତରଫରୁ ·ରିଟି ସ୍ଥାନରେ ଚଢ଼ାଉ କରାଯାଇ ୭ଜଣକୁ ଗିରଫ କରାଯାଇଛି । ଗିରଫମାନେ ହେଲେ କଣ୍ଟିଆପଡା ଗ୍ରାମର ଟଙ୍କଧର ବେହେରା, ନୂଆପଡା ଗ୍ରାମର ଗୌରୀଶଙ୍କର ମହନ୍ତ, ମହିଷା ମୁଣ୍ଡି ଗ୍ରାମରୁ ସୀତାରାଣୀ ମୁଣ୍ଡା, କୌଳାଶ ନାଏକ, ଶୁକ ମୁଣ୍ଡା, ଗୁଳୁଦିପଶି ଗ୍ରାମରୁ ପଞ୍ଚାନ୍ନ ମୁଣ୍ଡା, ରାଇଟ୍ର ମୁଣ୍ଡା ।

ସୂଚନା ପ୍ରକାଶଯେ ଆଜି ଜିଲ୍ଲା ଅବକାରୀ ଅଧିକାରୀ ସୀତାକାନ୍ତ ମୁଦୁଲିଙ୍କ ନିର୍ଦେଶ କ୍ରମେ ମିଳିତ ଭାବେ ଜିଲ୍ଲା ଅବକାରୀ ଓ ପାଟଣା ଅବକାରୀ ବିଭାଗ ମିଳିତଭାବେ ପାଟଣାବ୍ଲକର ପାଞ୍ଚଟି ସ୍ଥାନରେ ଚଢ଼ାଉ କରି ଥିଲା । ଏହି ଚଢାଉ କାଳରେ କଣ୍ଟିଆପଡା ଗ୍ରାମର ଟଙ୍କଧର ବେହେରା, ନୂଆପଡା ଗ୍ରାମର ଗୌରୀଶଙ୍କର ମହନ୍ତ, ମହିଷା ମୁଣ୍ଡି ଗ୍ରାମରୁ ସୀତାରାଣୀ ମୁଣ୍ଡା, କୌଳାଶ ନାଏକ, ଶୁକ ମୁଣ୍ଡା, ଗୁଳୁଦିପଶି ଗ୍ରାମରୁ ପଞ୍ଚାନ୍ନ ମୁଣ୍ଡା, ରାଇଟ୍ର ମୁଣ୍ଡା ଏହି ଭଳି ୭ଜଣକୁ ଗିରଫ କରାଯାଇଛି । ଏହି ମିଳିତ ଛଢାଉରେ ଅବକାରୀ ବିଭାଗ ହାତରେ ମହୁଲିମଦ ୩୩ଲିଟର, ଭାଟିପାଉଚ ମଦ ୫ଲିଟର, ହାଣ୍ଡିଆ ପୋଚ୧୮୦ କି.ଗ୍ରା ଲାଗିଥିବା ପାଟଣା ଅବକାରୀ ବିଭାଗ ଅଧିକାରୀ ଦିଲ୍ଲୀ କୁମାର ତାଣ୍ଡି ଜଣାଇ ଛନ୍ତି । ଏହାସହ ଆସାମୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପରେ କେଶ ରୁଜୁ କରି କୋର୍ଟ ·ଲାଣ କରାଯାଇଛି ।

Related posts

ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ସ୍ମରଣୋତ୍ସବ ଅବସରରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

mahabharatanews

ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ପୁଣି ଅସୁସ୍ଥ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି

mahabharatanews

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews