Uncategorized

ଜୁନ ୩୦ ଯାଏଁ ବୁକ ଟିକେଟ ରଦ୍ଦକଲା ରେଳବାଇ

ନୂଆଦିଲ୍ଲୀ: ଲକ୍ଡାଉନ ପାଇଁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଲୋକଙ୍କୁ ଆଣିବା ପାଇଁ ଟ୍ରେନ ଚଳାଚଳ ଆରମ୍ଭ କରାଯାଇଥିଲା । ଏହାକୁ ନେଇ ଲୋକେ କିଛି ମାତ୍ରାରେ ଆଶ୍ୱସ୍ତିଲାଭ କରିଥିବା ବେଳେ କିନ୍ତୁ ଏହି ଆଶ୍ୱସ୍ତି ଦୀର୍ଘସ୍ଥାୟୀ ହୋଇ ପାରିନାହିଁ । ଏହା ମଧ୍ୟରେ ଭାରତୀୟ ରେଲୱେ ଆସନ୍ତା ଜୁନ ୩୦ ତାରିଖ ପର୍ୟ୍ୟନ୍ତ ବୁକ୍‌ କରାଯାଇଥିବା ସମସ୍ତ ଟ୍ରେନ ଟିକେଟକୁ ରଦ୍ଦ କରିଦେଇଛି। ଏହି ଟିକେଟ ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରାଯିବ ବୋଲି ରେଲୱେ ପକ୍ଷରୁ କୁହାଯାଇଛି। ଏ ବାବଦ ଅର୍ଥ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି।
ସୂଚନାଯୋଗ୍ୟ, ଗତ ମେ ୧୨ ତାରିଖରୁ ଭାରତୀୟ ରେଲୱେ ପକ୍ଷରୁ ଦିଲ୍ଲୀରୁ ୧୫ଟି ଷ୍ଟେଶନକୁ ୧୫ ଯୋଡ଼ା ଅର୍ଥାତ ୩୦ଟି ସ୍ପେଶାଲ ଯାତ୍ରୀବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏସବୁ ଟ୍ରେନ ରାଜଧାନୀ ଦିଲ୍ଲୀରୁ ୧୫ ସହରକୁ ଯୋଡ଼ିବାରେ ସଫଳ ହୋଇଛି। ୩ଦିନ ଭିତରେ ଏହି ଟ୍ରେନରେ ହଜାର ହଜାର ସଂଖ୍ୟାରେ ଯାତ୍ରୀ ଯାତ୍ରା କରିଛନ୍ତି।

Related posts

ଜାମ୍ମୁ ପ୍ରତିବନ୍ଧକକୁ ନେଇ ଅସନ୍ତୁଷ୍ଟ, ସୁପ୍ରିମ କୋର୍ଟ ୭ ଦିନ ମଧ୍ୟରେ କେନ୍ଦ୍ରକୁ ରିପୋର୍ଟ ତଲବ

mahabharatanews

ଆତଙ୍କବାଦୀଙ୍କ ଗୁଳିରେ ବିଜେପି ନେତାଙ୍କ ମୃତ୍ୟୁ

mahabharatanews

ସଡକ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ

mahabharatanews