Uncategorized

ଜେଲରେ ନଳିନୀର ଆତ୍ମହତ୍ୟା ଉଦ୍ୟମ

ଭେଲ୍ଲୋର: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଅନ୍ୟତମ ଅଭିଯୁକ୍ତ ନଳିନୀ ଶ୍ରୀହରନ ବେଲ୍ଲୋର ଜେଲରେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛି । ସୋମବାର ରାତିରେ ନଳିନୀ ଓ ଅନ୍ୟ କଏଦୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ନଳିନୀ ଜେଲ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଯାଇ ଜେଲରଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲା । ଏହାପରେ ନଳିନୀ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଊା ।
ରାଜୀବ ଗାନ୍ଧୀ ହତ୍ୟାକାଣ୍ଡ ଅଭିଯୁକ୍ତ ନଳିନୀ ତାମିଲନାଡୁର ଭେଲ୍ଲୋର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଛି । ୧୯୯୧ ମସିହା ମେ ୨୧ ତାରିଖରେ ତାମିଲନାଡୁ ଶ୍ରୀପେରମବୁଦୁରରେ ଆତ୍ମଘାତୀ ଆକ୍ରମଣରେ ରାଜୀବଗାନ୍ଧୀଙ୍କ ମୃତ୍ୟୁ ହୋଇଥିଲା । ରାଜୀବ ଗାନ୍ଧୀ ହତ୍ୟାକାଣ୍ଡର ଅନ୍ୟ ୬ ଜଣ ଦୋଷୀ ମଧ୍ୟ ଜେଲରେ ଅଛନ୍ତି । ଏମାନଙ୍କ ମଧ୍ୟରେ ନଳିନୀଙ୍କ ସ୍ୱାମୀ ମୁରୁଗନ ମଧ୍ୟ ସାମିଲ । ତାଙ୍କ ଝିଅ ମଧ୍ୟ ଜେଲରେ ଜନ୍ମ ହୋଇଥିଲା । ନଳିନୀଙ୍କ ସ୍ୱାମୀ ମୁରୁଗନ ନଳିନୀଙ୍କୁ ଅନ୍ୟ ଜାଗାକୁ ସ୍ଥାନାନ୍ତର କରିବାକୁ କହିଥିଲା । ନଳିନୀ ସେଠାରେ ସୁରକ୍ଷିତ ନୁହନ୍ତି ବୋଲି ସେ ଦର୍ଶାଇଥିଲା । ଏହି ମାମଲାରେ ନଳିନୀଙ୍କୁ ମୃତ୍ୟୁ ଦଣ୍ଡ ମିଳିଥିଲା । କିନ୍ତୁ ତାମିଲନାଡୁ ସରକାର ତାଙ୍କ ସଜାକୁ ୨୦୦୦ ମସିହା ଏପ୍ରିଲ ୨୪ ତାରିଖରେ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରିଥିଲେ ।

Related posts

ରୋଷେଇଘରେ ପଶିଲା ୬ଫୁଟିଆ ସାପ ‘ନାଗିନି’

mahabharatanews

କୋରୋନା ମୁକାବିଲା ପାଇଁ ଆମେରିକା ଦେବ ୧୦୦ ମିଲିୟନ ଡଲାର

mahabharatanews

ଆତଙ୍କବାଦୀଙ୍କ ଭଳି ବ୍ୟବହାର କରୁଛନ୍ତି: ଆଜମ ଖାନ

mahabharatanews