(ମହାଭାରତ): ଦାନ୍ତ ସଫା ପାଇଁ ଟୁଥପେଷ୍ଟର ବ୍ୟବହାର କରାଯାଏ ଯାହା ଦାନ୍ତକୁ ଧଳା ଏବଂ ଚମକଦାର କରାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଟୁଥପେଷ୍ଟ କେବଳ ଦାନ୍ତ ପାଇଁ ନୁହେଁ ବରଂ ଚମକଦାର ତ୍ୱଚା ପାଇଁ ମଧ୍ୟ ବହୁତ ଲାଗକାରୀ ହୋଇଥାଏ । ଟୁଥପେଷ୍ଟ ସାହାଯ୍ୟରେ ବ୍ରଣ, କଳା, ଦାଗ, ରିଙ୍କଲକୁ ଦୂର କରାଯାଇପାରିବ । ତେବେ ଆସନ୍ତୁ ଜାଣିବା ଟୁଥପେଷ୍ଟର ବ୍ୟବହାର କିପରି ଭାବେ ଟୁଥପେଷ୍ଟର ବ୍ୟବହାର କରି କ୍ଲିନ ଏବଂ ଗ୍ଲୋଇଂ ତ୍ୱଚା ପାଇପାରିବେ ।
ଲୋଚାକୁଚା ତ୍ୱଚାରୁ ଦେବ ମୁକ୍ତି:
ଚେହେରାରେ ରିଙ୍କଲ ବା ଲୋଚାକୁଚା ହଟାଇବା ପାଇଁ ମଧ୍ୟ ଟୁଥପେଷ୍ଟ ସାହାଯ୍ୟ କରିଥାଏ । ଏଥିପାଇଁ ୧ଟେବୁଲ ଚାମଚ ଟୁଥପେଷ୍ଟରେ ୨ଟେବୁଲ ଚାମଚ କ୍ଷୀର ମିକ୍ସ କରନ୍ତୁ । ଏବେ ଏହି ମିଶ୍ରଣକୁ ତ୍ୱଚାରେ ଲଗାନ୍ତୁ ଦେଖିବେ ଏଥିରୁ ମୁକ୍ତି ମିଳିବ ।
ଏହାସହିତ ଟୁଥପେଷ୍ଟ ପ୍ରଭାବିତ ସ୍ଥାନରେ ଲଗାନ୍ତୁ । ରାତିସାରା ଏହାକୁ ଏମିତି ହିଁ ଲଗାଇ ରଖନ୍ତୁ । ସକାଳ ହେବା ପରେ ହିଁ ଫ୍ରେସ ପାଣିରେ ମୁହଁକୁ ସଫା କରନ୍ତୁ । ଏମିତି କିଛି ଦିନ ଲଗାତାର କରିବା ପରେ ରିଙ୍କଲ୍ କମ୍ ହେବାକୁ ଲାଗିବ ।
ଡାର୍କ ସ୍ପର୍ଟ ବା କଳା ଦାଗ:
ଚେହେରାରେ ଡାର୍କ ସ୍ପର୍ଟ ବା କଳା ଦାଗର ସମସ୍ୟା ଥିଲେ ୧ଟେବୁଲ ଚାମଚ ଟୁଥପେଷ୍ଟରେ ୨ ବୁନ୍ଦା ଲେମ୍ବୁ ରସ ମିକ୍ସ କରନ୍ତୁ । ଅଳ୍ପ ସମୟ ପରେ ଚେହେରାକୁ ପାଣିରେ ଧୋଇ ଦିଅନ୍ତୁ । ଏହାକୁ ଲଗାତାର ୨ସପ୍ତାହ ଲଗାଇବା ଦ୍ୱାରା କଳା ଦାଗ ଦୂର ହେବାରେ ବହୁତ ସାହାଯ୍ୟ ମିଳିଥାଏ ।
ଜ୍ୱଳନ ଏବଂ କୁଣ୍ଡେଇ ହେବା ଠାରୁ ମିଳିବ ମୁକ୍ତି
ସାଧାରଣତଃ କୀଟ ପୋକ କାମୁଡିବା କାରଣରୁ ତ୍ୱଚା କୁଣ୍ଡେଇ ହୋଇଥାଏ । ଏମିତିରେ ପୋକ କାମୁଡିଥିବା ସ୍ଥାନରେ ଟୁଥପେଷ୍ଟ ଲଗାଇବା ଦ୍ୱାରା ମିଳିଥାଏ ।
