Uncategorized

ବେଆଇନ ଅନୁପ୍ରବେଶ ବନ୍ଦ କରିବାକୁ ବିଏସଏଫ, ବିଜିବି ମଧ୍ୟରେ ଆଲୋଚନା

(ମହାଭାରତ / ମଧୁସ୍ମିତା ତ୍ରିପାଠୀ): ବାଙ୍ଗଲାଦେଶ ବର୍ଡର ଗାର୍ଡର (ବିଜିବି) ନିର୍ଦ୍ଦେଶକ ସାଫିନୁଲ ଇସଲାମ ରବିବାର କହିଛନ୍ତି, ଜାତୀୟ ନାଗରିକ ପଞ୍ଜିକରଣ (ଏନଆରସି) ସମ୍ପୂର୍ଣ୍ଣ ରୂପେ ଭାରତର ଆଭ୍ୟନ୍ତରିଣ ବ୍ୟାପାର ଓ ବିଏସଏଫ ଓ ବିଜିବି ମଧ୍ୟରେ ସୁସମ୍ପର୍କ ରହିଛି ।
ବିଏସଏଫ ଡିଜି ବିବେକ ଜୋହରିଙ୍କ ସହ ବିଜିବି ନିର୍ଦ୍ଦେଶକ ଇସଲାମଙ୍କ ଏକ ଯୁଗ୍ମ ସାମ୍ବାଦିକ ସମ୍ବିଳନୀ ଅବସରରେ ଇସଲାମ କହିଛନ୍ତି, ଏନଆରସି ସମ୍ପୂର୍ଣ୍ଣ ରୂପେ ଭାରତ ସରକାରଙ୍କ ଆଭ୍ୟନ୍ତରୀଣ ବ୍ୟାପାର । ଅନ୍ୟାନ୍ୟ ସୀମା ଉଲ୍ଲଙ୍ଘନ ଘଟଣା ପରି ବିଏସଏଫ ଓ ବିଜିବି କାମ କରୁଛନ୍ତି । ବନ୍ଧୁତା ଓ ସହଯୋଗ ଉଭୟ ପକ୍ଷ ମଧ୍ୟରେ ରହିଛି ବୋଲି ଜେହରି ତାଙ୍କ ମନ୍ତବ୍ୟରେ କହିଛନ୍ତି ।
୪୯ ତମ ନିର୍ଦ୍ଦେଶକ ସ୍ତରୀୟ ବୈଠକ ପାଇଁ ଇସଲାମ ତାଙ୍କର ୧୧ ଜଣିଆ ଦଳ ସହ ଭାରତରେ ଅଛନ୍ତି । ଏହି ବୈଠକରେ ସୀମା ପରିଚାଳନା ଦିଗରେ ବିସ୍ତୃତ ଆଲୋଚନା ହୋଇଥିଲା । ଉଭୟ ପକ୍ଷ ସୀମାରେ ବେଆଇନ ଅନୁପ୍ରବେଶ ଉପରେ କଠୋରତା ଅବଲମ୍ବନ କରିବାକୁ ରାଜି ହୋଇଛନ୍ତି । ଏହା ବ୍ୟତୀତ ଗୋରୁ ଚାଲାଣ ରୋକିବା ଦିଗରେ ସୀମାରେ ଯଥାସମ୍ଭବ ପଦକ୍ଷେପ ନିଆଯିବା ଉପରେ ମଧ୍ୟ ଆଲୋଚନା ହୋଇଛି ।

Related posts

ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ ହସ୍ପିଟାଲରେ ଚିକିତ୍ସିତ

mahabharatanews

ପ୍ରଧାନମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସରେ ଭାଗନେଲେନି କେଳର ମୁଖ୍ୟମନ୍ତ୍ରୀ

mahabharatanews

ଦିଲ୍ଲୀ-ଲୁଧିଆନା ବିମାନର ୧ ଯାତ୍ରୀ କରୋନା ପଜିଟିଭ୍

mahabharatanews