ଓଡିଶା

ଟ୍ରାନ୍ସଫର୍ମର ପୋଡିଯିବାରୁ ୨୦ ପରିବାର ଅନ୍ଧାରରେ

(ସୁନ୍ଦର ପାଣି/ ରିପୋଟର୍ସ ଟୁଡେ): କୋରାପୁଟ ଜିଲ୍ଲା ବୋଡିଙ୍ଗା ଗ୍ରାମରେ ବିଦ୍ୟୁତ ଟ୍ରାନ୍ସଫର୍ମର ପୋଡି ଯିବା କାରାଣରୁ ପ୍ରାୟ ୨୦ଟି ପରିବାର ଅନ୍ଧାରରେ ଜୀବନ ବିତାଉଛନ୍ତି । ଏନେଇ ଗ୍ରାମବାସିମାନେ ସ୍ଥାନୀୟ ସାଉଥ କୋ ବିଦ୍ୟୁତ ବିଭାଗରେ ଅଭିଯୋଗ କରିବା ସହ ସେଠାରେ କାର୍ଯ୍ୟରତ ଥିବା ଜେଇଇଙ୍କୁ ଭେଟି ସମସ୍ୟା ସଂପର୍କରେ ଅବଗତ କରିଥିଲେ । ଗ୍ରାମବାସୀଙ୍କ ଅଭିଯୋଗନୁଯାୟୀ ଟ୍ରାନ୍ସଫର୍ମର ପୋଡିବା ଘଟଣାକୁ ଇତି ମଧ୍ୟରେ ୧୧ ଦିନ ବିତିଥିଲେ ମଧ୍ୟ ଜେଇଇ କିଛି କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିନାହାନ୍ତି । ଅନ୍ୟପକ୍ଷେ ଦିନକୁ ଦିନ ଖରା ବଢିବାରେ ଲାଗିଛି । ଗୋଟେ ପଟେ କୋରନା ମୁକାବିଲା ପାଇଁ ସରାକର ସମସ୍ତଙ୍କୁ ଘରେ ରହିବାକୁ ପରାମର୍ଶ ଦେଉଥିବା ବେଳେ ଅସହାୟ ଗରମ ହେଉଥିବାରୁ ଲୋକମାନେ ଘରେ ରହି ପାରୁ ନାହାନ୍ତି ।
କରୋନା ପାଇଁ ଲାଗୁ ହୋଇଥିବା ନିୟମ ଲକଡାଉନ କୋହଳ ହେଲେ ଆମେ ବହ୍ମପୁରରୁ ଟ୍ରାନ୍ସଫର୍ମର ଆଣି ଏଠାରେ ଲଗାଇବୁ । ଏହି ଘଟରାର ସମାଧାନ ଅତିଶୀଘ୍ର କରାଯିବ ବୋଲି ସାଉଥକୋ ବିଦ୍ୟୁତ ଉପଖଣ୍ଡ ଅଧୀକାରି ବିଶ୍ୱକେସନ ପ୍ରଧାନ ସୂଚା ଦେଇଛନ୍ତି ।
ଅନ୍ୟପକ୍ଷେ ଅସହ୍ୟ ଗରମ ଓ ଲକଡାଉନ ଚାଲିଥିବାରୁ ଘରୁ ବାହାରିଲୋ ପୁଲିସ ମାଡ ଏନେଇ ସେଠାର ବାସିନ୍ଦଙ୍କ ମନରେ ଅସୋନ୍ତଷ ପ୍ରକାଶ କରି କହିଛନ୍ତି ଯେ ଯଥା ଶୀଘ୍ର ଏହି ଘଟଣାର ସମାଧାନ କରାନଗଲେ ଶତାଧିକ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ଘେରାଇ କରିବେ ବୋଲି ଧମକ ଦେଇଛନ୍ତି ।

କୋରାପୁଟ ଜିଲ୍ଲା ସେମିଲିଗୁଡା ବ୍ଲକ ରାଜ ପୁଟ ଗ୍ରାମପଞ୍ଚଯାତ ଅଧିନ ରେ ଥିବା ସାନ ବୋଡିଙ୍ଗା ଗ୍ରାମର ଦୀର୍ଘ ୧୧ ଦିନ ଧରି ଟ୍ରାନ୍ସ ଫର୍ମ ପୁଡ଼ି ବିଦ୍ୟୁତ ନ ଥିବାରୁ ସାନ ବଡିଗା ର ତଳ ସାହି ର ୨୦ ଟି ପରିବାର ଅନ୍ଧକ୍ଷ ରୋରେ ରହି ଡିବିରୀ ଲଗାଇ ଥିବା ଜଣା ପଡିଛି. ଗ୍ରାମ ବାସି ସ୍ଥାନୀୟ ସାଉଥ କ, ବିଦ୍ୟୁତ ବି ଭାଗର ହରର ଙ୍କୁ ସୂଚନା ଦେଇ ଅବଗତ କରିଥିଲେ. ଲୋକ ଡାଉନ ଥିବାରୁ, ନୂଆ ଟ୍ରାନ୍ସଫର୍ମ ସେଠାରେ ଲାଗିବବୋଲି କହିଥିଲେ. ଦିନକୁ ଦିନ ଖରା ବଢିବାର ଲାଗୁଚି ବିନା ବିଦ୍ୟୁତ ରେ ପରିବାର ଲୋକ ଅନ୍ତ ସନ୍ତ ହେଉଥିବା ଦେଖି ବାକୁମିଳୁଛି. ତୁରନ୍ତ ଏ ହାର ମରାମତି କରି କିମ୍ବା ଟ୍ରାନ୍ସ୍ଫଫର୍ମ , ଵଦଳି କରିବା ସହ ବିଦ୍ୟୁତ ସଂଯୋଗ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି. ନ ହେଲେ ସୋଉତ କୋ କାର୍ୟ୍ୟାଳୟକୁ ଘେରାଉ କରିବୁ ବୋଲି ଗ୍ରାମ ବାସି ଚେତାବନୀ ଦେଇ ଛନ୍ତି. ଏହି ବିଷୟ ସ୍ଥାନୀୟ ବିଦ୍ୟୁତ ଉପଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱକେସନ ପ୍ରଧାନ କୁ ପଚାରି ବାରୁ ସେ କହି ଥିଲେ କରନା ଲକଡାଉନ କୋହଳ ହେଲେ ଟ୍ରାନ୍ସଫର୍ମ
ବ୍ରହ୍ମାପୁର ରୁ ଆଣିବାକୁ ପଡିବ ବୋଲି କହି ଥିଲେ. ଅତି ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହି ଥିଲେ

Related posts

କର୍ଣ୍ଣାଟକରେ ଅଟକିଥିବା ୭୦ ଶ୍ରମିକଙ୍କ ରାଜ୍ୟ ସରକାରକୁ ନିବେଦନ

mahabharatanews

କରୋନ କଟକଣାକୁ ନମାନି ତଣ୍ଡ ଗଣିଲେ ୩ ଶୋ ରୁମ୍

mahabharatanews

ଆଜି ଉତ୍କଳ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି

mahabharatanews