Uncategorized

ଡାଇବେଟିସ ଓ ହାଇ ବ୍ଲଡପ୍ରେସର ଭଳି ରୋଗରୁ ରକ୍ଷା କରେ ମେଥି

(ମହାଭାରତ): ମେଥିର ଔଷଧୀୟ ଗୁଣ ବିଷୟରେ ତ ଆପଣ ବହୁତ ଶୁଣିଥିବେ । ପ୍ରାୟ ସମସ୍ତଙ୍କ ଘରେ ଏହାର ବ୍ୟବହାର କରାଯାଇଥାଏ । ଏଥିରେ ଫୋଲିକ ଏସିଡ,ମ୍ୟାଗନେସିୟମ୍ , ସୋଡିୟମ, ଜିଙ୍କ, ପକର, ନିୟାସିନ,ଥିୟାମୀନ ଓ କେରୋଟିନ ଇତ୍ୟାଦି ପୋଷକ ତତ୍ତ୍ୱ ମିଳିଥାଏ । ମେଥିରେ ପ୍ରୟୋଗ ସୌନ୍ଦର୍ଯ୍ୟ ବଢାଇବା ପାଇଁ ମଧ୍ୟ କରାଯାଇଥାଏ । ତାହେଲେ ଆସନ୍ତୁ ଜାଣିବା ମେଥିର ସେହି ଔଷଧୀୟ ଗୁଣ ବିଷୟରେ ଯାହା ଆପଣ ପୂର୍ବରୁ କେବେ ବି ଶୁଣିନଥିବେ ।
ବଦହଜମି:
ଘରୋଇ ଭାବେ ମେଥିଦାନା ବହୁତ ଉପକାରୀ ହୋଇଥାଏ । ବଦହଜମି ହୋଇଥିଲେ ଅଧାଚାମଚ ମେଥିଦାନାକୁ ପାଣି ସହିତ ପିଇବା ଦ୍ୱାରା ଏହି ସମସ୍ୟା ଦୂର ହୋଇଥାଏ ।
ଅଣ୍ଟାରେ ଯନ୍ତ୍ରଣା:
ଆୟୁର୍ବେଦିକ ଚିକିତ୍ସଙ୍କ ଅନୁଯାୟୀ ଅଣ୍ଟା ଯନ୍ତ୍ରଣାକୁ ଦୂର କରିବା ପାଇଁ ମେଥି ସାହାଯ୍ୟ କରିଥାଏ । ସେଥିପାଇଁ ୧ଗ୍ରାମ ମେଥି ଦାନା ପାଉଡର ଏବଂ କିଛି ସୁଣ୍ଠି ପାଉଡରକୁ ଗରମ ପାଣି ସହିତ ଦିନକୁ ୨/୩ଥର ପିଇଲେ ସୁଫଳ ମିଳିଥାଏ ।
ଡାଇବେଟିସ:
ଏହି ରୋଗଠୁ ଦୂରେଇ ରହିବା ପାଇଁ ପ୍ରତିଦିନ ୧ଚାମଚ ମେଥି ପାଉଡର ପାଣି ସହିତ ପିଅନ୍ତୁ । ଏହା ବ୍ୟତୀତ ଏକ ଚାମଚ ମେଥି ଦାନାକୁ ଏକ କପ ପାଣିରେ ଭିଜାଇ ସାରା ରାତି ଛାଡିଦିଅନ୍ତୁ । ସକାଳୁ ଏହାର ପାଣି ପିଇବା ଦ୍ୱାରା ଓଜନ ସନ୍ତୁଳିତ ରହିଥାଏ ।
ଉଚ୍ଚ ରକ୍ତଚାପ:
ଉଚ୍ଚ ରକ୍ତଚାପରେ ମଧ୍ୟ ମେଥି ଖାଇବା ବହୁତ ଲାଭଦାୟକ ହୋଇଥାଏ । ୫ଗ୍ରାମ ମେଥି ଏବଂ ସୋୟାକୁ ପେଷି ସକାଳ ଓ ସନ୍ଧ୍ୟାରେ ପିଇବା ଦ୍ୱାରା ବ୍ଲଡ ପ୍ରେସର ସନ୍ତୁଳିତ ହୋଇ ରହିଥାଏ ।

Related posts

ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କୁ ବିସ୍ଫୋରଣରେ ଉଡାଇବାକୁ ହତ୍ୟା ଧମକ

mahabharatanews

ଘରେ ପ୍ରସ୍ତୁତ କରନ୍ତୁ ସାନିଟାଇଜର

mahabharatanews

ଘରର ମୁଖ୍ୟ ଦ୍ୱାରରେ ଲଗାନ୍ତୁ ଏହି ସବୁ ଚିହ୍ନ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

mahabharatanews