Uncategorized

ଡାଏଟ୍ରେ ସାମିଲ କରନ୍ତୁ ଡାଲି

(ମହାଭାରତ): ମୁଗ ଡାଲି ଖାଇବାକୁ ସ୍ୱାଦିଷ୍ଟ ଲାଗିଥାଏ । ପ୍ରାୟ ସମସ୍ତଙ୍କ ଘରେ ମୁଗ ଡାଲି ହୋଇଥାଏ । ଏଥିରୁ ବିଭିନ୍ନ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ତେବେ ଏହା କେବଳ ପାଟିକୁ ସୁଆଦିଆ ଲାଗେ ନାହିଁ । ଏଥିରେ ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ମଧ୍ୟ ରହିଛି । ଏହି ଡାଲି ପେଟ ପାଇଁ ଭଲ । ଏହା ତ୍ୱଚାକୁ ମଧ୍ୟ ସୁସ୍ଥ ରଖେ । ଏହା ବ୍ୟତୀତ ଆହୁରି ଅନେକ ଉପକାର କରିଥାଏ । ତା’ହେଲେ ଆସନ୍ତୁ ଜାଣିବା ପ୍ରତ୍ୟେକ ଦିନ ମୁଗ ଡାଲି ଖାଇଲେ, ଶରୀରକୁ ଅନ୍ୟ କେଉଁ ସବୁ ଲାଭ ମିଳିଥାଏ ।
୧- ମୁଗ ଡାଲି ଶରୀର ମେଟାବୋଲିଜିମକୁ ଠିକ୍ ରଖେ ।
୨- ଏଥିରେ ଥିବା ଫାଇବର ପାଚନ ତନ୍ତ୍ରକୁ ମଜବୁତ୍ ରଖିଥାଏ ।
୩- ଯଦି ଆପଣ ନିଜ ଡାଏଟରେ ମୁଗ ଡାଲିକୁ ସାମିଲ କରିବେ,ତା’ହେଲେ ଓଜନ କମ୍ କରିପାରିବେ ।
୪- ମୁଗ ଡାଲିରେ ପୋଟାସିୟମ୍, ମ୍ୟାଗ୍ନେସିୟମ୍ ଓ ଫାଇବର ଭରରପୂର ମାତ୍ରାରେ ଥିବାରୁ ବ୍ଲଡ ପ୍ରେସର ନିୟନ୍ତ୍ରିତ ହୋଇଥାଏ ।
୫- ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

Related posts

ପିଏମ ମୋଦିଙ୍କୁ ଏସଆଇଟି କ୍ଲିନ ଚିଟ ବିରୋଧୀ ଯାଚିକାର ଶୁଣାଣି ଏପ୍ରିଲରେ

mahabharatanews

ଗାଡି ଓଲଟି ୧୨ ମୃତ

mahabharatanews

ସାଇବାବା ମନ୍ଦିରକୁ ଭିକାରିଙ୍କ ୮ ଲକ୍ଷ ଟଙ୍କା ଦାନ

mahabharatanews